ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି, ଦେଶବ୍ୟାପୀ ବିଜେପିର ପ୍ରତିବାଦ

ମଦ ବ୍ୟବସୟୀ କଂଗ୍ରେସ ସାଂସଦ ଧିରଜ୍ ସାହୁ କରିଥିବା ୫୦୦ କୋଟି ଟଙ୍କାର ଦୁର୍ନୀତି, ଭ୍ରଷ୍ଟାଚାର ଓ ରାଜ୍ୟ ସରକାରଙ୍କ ସମ୍ପୃତିର ସି.ବି.ଆଇ ତଦନ୍ତ ଦାବୀରେ ଆଜି ରାଜଧାନୀ ରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଧୀରଜ ସାହୁ ଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେଖିରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ଯେ; ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାର ରେ ରାଜ୍ୟ ସରକାର ୧ ନମ୍ୱର ଥିବାବେଳେ ଏବେ \”କଳା ଟଙ୍କା\” ରେ ମଧ୍ୟ ରାଜ୍ୟ ସରକାର ୧ ନମ୍ବର ହେଲେ।ଓଡ଼ିଶାରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ାଉ ସମୟରେ ବିଭିନ୍ନ ମଦ ଭାଟିରୁ ବିପୁଳ ପରିମାଣରେ କଳା ଟଙ୍କା ଜବତ କରିଛନ୍ତି। ଯେତେ ଗଣିଲେ ବି ସରୁନାହିଁ। ସାରାଦେଶରେ ଏତେ ପରିମାଣର କଳା ଟଙ୍କା ଆଗରୁ କେବେ ଜବତ ହୋଇନଥିଲା। କଂଗ୍ରେସ ଦଳର ସଂସ୍କୃତି ହେଉଛି ଭ୍ରଷ୍ଟାଚାର ସଂସ୍କୃତି। ଜବତ ହୋଇଥିବା କଳା ଟଙ୍କା ସବୁ କଂଗ୍ରେସ ସାଂସଦ ଧୀରଜ ସାହୁ ଙ୍କ ମାଲିକାନାରେ ଥିବା ମଦ ଭାଟିରୁ ବାହାରୁଛି। ଏହି କଳା ବେପାରରେ କଂଗ୍ରେସ ଦଳର ବଡ ବଡ ନେତାଙ୍କ ସମ୍ପୃତି ରହିଛି। ୭୦ବର୍ଷ ଧରି ଦେଶକୁ ଲୁଟିଥିବା କଂଗ୍ରେସ ଦଳର ଚେହେରାକୁ ପର୍ଦ୍ଧାଫାଶ କରିଛନ୍ତି ମୋଦୀ ସରକାର। ରାଜ୍ୟରେ ୨୩ ବର୍ଷ ହେଲାଣି ବିଜୁ ଜନତା ଦଳ ସରକାର ଅଛି। ଏହି ୨୩ ବର୍ଷରେ କୌଣସି ଦେଶୀ ମଦ ଓ ମହୁଲି ମଦର ଲାଇସେନ୍ସର ରିକ୍ସନ ବା ରେଟେଣ୍ଡରିଙ୍ଗ ହୋଇନାହିଁ।
ମଦ ମାଫିଆ ଙ୍କ ସ୍ବାର୍ଥ ରେ ଓଡ଼ିଶା ସରକାର ଏହାର ପୂନ୍ନ ନିଲାମ ପ୍ରକ୍ରିୟା କରିଲେ ନାହିଁ। ଯାହା ଫଳରେ ମଦ ମାଫିଆ ମାନେ ଆହୁରି ମାଲାମାଲ ହେଲେ ଆଉ ଏପଟେ ଓଡ଼ିଶାରେ ମଦର ବନ୍ୟା ହେଲେ। ଏହା ହେଉଛି ଏକ ସରକାରୀ ପ୍ରାୟୋଜିତ ଷଡ଼ଯନ୍ତ୍ର। ସ୍ଵାଧୀନତା ପରର ସବୁଠାରୁ ବଡ଼ ଦୁର୍ନୀତି ହେଉଛି ଓଡ଼ିଶାର ମଦ ଦୁର୍ନୀତି। ଦିଲ୍ଲୀ ରେ ଯେଉଁ ଭଳି ଅପ୍ ସରକାର ସେମାନଙ୍କ ନୂଆ ଅବକାରୀ ନୀତିରେ ବିପୁଳ ପରିମାଣର ଦୁର୍ନୀତି କରିଛନ୍ତି ଏବେ ଓଡ଼ିଶାରେ ମଧ୍ୟ ସେ ଭଳି ସମାନ ଢଙ୍ଗରେ ଦୁର୍ନୀତି ଚାଲିଛି । ଯେଉଁ ଭଳି ଭାବରେ ଏବେ ନଗଦ ଟଙ୍କା ବାହାରୁଛି ଏହା ପ୍ରମାଣିତ କରୁଛି ଜେ ଦୁର୍ନୀତି କେତେ ବ୍ୟାପକ। ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ରାଜସ୍ବ ଲୁଟ ହେଉଛି ଏହି ମଦ ମାଫିଆ ମାନଙ୍କ ଦ୍ଵାରା ଯାହାର ଲାଭାର୍ଥି ହେଉଛି ବିଜୁ ଜନତା ଦଳ। ରାଜ୍ୟରେ ମଦର ବନ୍ୟା ସୃଷ୍ଠି କରିଛନ୍ତି ବିଜେଡ଼ି ସରକାର। ସାରା ଭାରତରେ ୧୦୦ ଜଣ ରେ ୯ ଜଣ ମଦ୍ୟ ପାନ କରୁଥିବା ବେଳେ ଓଡ଼ିଶାରେ ଏହାର ଦୁଇଗୁଣ ଅର୍ଥ ୧୦୦ ଜଣରେ ୧୮ ଜଣ ମଦ୍ୟପାନ କରୁଛନ୍ତି। ଗରିବ ଲୋକଙ୍କୁ ସ୍ଥାାଇ ଭାବରେ ଆହୁରି ଗରିବ କରି ରଖିବା ପାଇଁ ବିଜେଡ଼ି ସରକାର ଷଡ଼ଯନ୍ତ୍ର କରିଛନ୍ତି। ବିଜୁ ଜନତା ଦଳ ଆର୍ଥ ପାଇଁ ଓଡ଼ିଆ ଲୋକଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି। ବିତିୟ ଅରାଜକତାର ସୀମା ଲଙ୍ଘିଛନ୍ତି ବିଜେଡ଼ି ସରକାର।ଆକୁଣ୍ଠ ଦୁର୍ନୀତିରେ ବୁଡ଼ିଛନ୍ତି ବିଜେଡ଼ି ସରକାର। ରାଜ୍ୟ ସରକାର ଓଡ଼ିଶାରେ ମଦର ମହାନଦୀ ସୃଷ୍ଠି କରିଛନ୍ତି।
ଏନସିଆରବି ରିପୋର୍ଟରେ ଓଡିଶାରେ ମହିଳା ବିରୋଧୀ ହିଂସା ଦେଶରେ ଏକ ନମ୍ବର ସ୍ଥାନରେ ଅଛି। ମଦର ପ୍ରାଦୃଭାବ ପାଇଁ, ବହୁଳ ପ୍ରସାର ପାଇଁ ସାରା ଓଡ଼ିଶାରେ ଗା ଗହଳିରେ ଏବେ ମହିଳା ମାନେ ତ୍ରାହି ତ୍ରାହି ଡାକିଲେଣି। ମଦ ବିରୋଧରେ ଲଢ଼ିବା ପାଇଁ ଏବେ ଓଡ଼ିଶାର ମହିଳା ମାନେ ଏକାଠି ହେଲେଣି। ମହିଳା ମାନେ ଏବେ ଓଡ଼ିଶା ସରକାରଙ୍କ ମଦ ପ୍ରସାର ବିରୋଧର ଲଢ଼ିବା ପାଇଁ ଯାଉଛନ୍ତି। କଂଗ୍ରେସ ସାଂସଦ ଧିରଜ ସାହୁ ମଦ ବେପାର ର କଳା ସାମ୍ରାଜ୍ୟ କୁ ସଂରକ୍ଷଣ ଦେଉଥିଲେ ବିଜେଡ଼ି ସରକାର ନହେଲେ ଏଭଳୀ ଆଖି ଟେରା ହୋଇଗଲା ଭଳି ଟଙ୍କା ଠୁଳ ହୋଇପାରିଥାନ୍ତା କି? ଏହି ଧିରଜ ସାହୁ କଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କର ବେଶ୍ ଘନିଷ୍ଟ ଓ ଭାରତ ଯୋଡୋ ଯାତ୍ରାରେ ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ। ବିଜେଡ଼ି ଓ କଂଗ୍ରେସ ସାଥୀ ହୋଇ ଓଡ଼ିଶାକୁ ଲୁଟ କରିଛନ୍ତି। ବିଜେଡ଼ି ନେତାଙ୍କ ସହ ମଦ ସମ୍ରାଟ ଙ୍କର ସମ୍ପର୍କ କଣ? ସେମାନଙ୍କ ପାଖରେ ବିଜେଡିର ନିର୍ବାଚନୀ ଅର୍ଥ ରଖାଯାଉଥିଲା କି? ନହେଲେ ନିର୍ବାଚନ ର ଠିକ୍ ପୂର୍ବରୁ ୫୦୦ କୋତି ର ନଗଦ ଟଙ୍କା କେଉଁ ଉଦ୍ଦେଶ୍ୟ ରେ ରଖାଯାଇଥିଲା। ଦେଶ ବାସୀଙ୍କୁ ବିକାଶର ଗ୍ୟାରେଣ୍ଟି ଦେଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁର୍ନୀତିଗ୍ରସ୍ତ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଅସୁଲ କରିବାର ଗ୍ୟାରେଣ୍ଟି ଦେଇଛନ୍ତି। ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ଲୁଟ ହୋଇଥିବା ଏହି ଟଙ୍କା ସାଧାରଣ ଲୋକଙ୍କୁ ଫେରାଜିବ। ବିଜୁ ଜନତା ଦଳ ସରକାରର ଜନ ବିରୋଧୀ ନୀତି ପାଇଁ ଆଜି ଓଡିଶା ସାରା ଦେଶରେ ନିନ୍ଦିତ ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିରେ ଏଭଳୀ ପାପ ବେସୀ ଦିନ ଚାଲିପାରିବ ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି।
କେନ୍ଦ୍ରୀୟ ଏଜେନ୍ସି ଯଦି ଗଚ୍ଛିତ ଥିବା ଟଙ୍କା ଖବର ପାଇପାରିଲା ତାହେଲେ ଓଡ଼ିଶା ପୋଲିସ, ଗୋଇନ୍ଦା, ଇଓଡ଼ବ୍ଲୁ କିଭଳି ଜାଣିପାରିନଥିଲା? ଏହାର ଅର୍ଥ ରାଜ୍ୟ ସରକାରଙ୍କ ଜାଣତରେ ଏହି ଅର୍ଥ ଗଚ୍ଛିତ ରଖାଯାଉଥିଲା। ଅଣ ଓଡ଼ିଆ ବ୍ୟବସାୟୀ ମାନେ ଓଡ଼ିଶାର ଖଣି ଓ ଚିଟଫଣ୍ଡ ଟଙ୍କାକୁ ଲୁଟ କରିଥିଲେ। ଏବେ ଅଣ ଓଡ଼ିଆ ମଦ ବେପାରୀ ମାନେ ଓଡ଼ିଶାକୁ ଲୁଟ କରୁଛନ୍ତି ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଛନ୍ତି।
ଆଜିର ଏହି ବିକ୍ଷୋଭ କାର‌୍ୟ୍ୟକ୍ରମରେ ବିଜେପି ନେତା ରମାରଞ୍ଜନ ବଳିୟାରସିଂ, ଦିଲ୍ଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ସୁଜିତ୍ କୁମାର ଦାସ, ରଶ୍ମିରଞ୍ଜନ କାନୁନଗୋ, ଜୟନ୍ତ ଜେନା, ହିତେଶ ମହାପାତ୍ର, ମନୋଜ ମହାପାତ୍ର, ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ରାଜେନ୍ଦ୍ର ଦାସ,କସ୍ତୁରୀ ମିଶ୍ର, ଧିରେନ ପାତ୍ର, ସ୍ଵଂୟ ସେବକ ରାୟ,ସୁଶିଲ ସାହୁ, ଲିପା ଦାସ,ତୃପ୍ତିମଇ ମକଦ୍ଦମ, ମାନସୀ ରାୟ,ସିଦ୍ଧିଖ୍ ଖାଁନ, ଜ୍ୟୋତ୍ସ୍ନା ରାଣୀ ନାୟକ, ରଜନୀବାଳା ଦାସ ଙ୍କ ସହ ଜିଲ୍ଲା ର ସମସ୍ତ ନେତୃତ୍ବ ଉପସ୍ଥିତ ଥିଲେ।

Spread the love