ଅଚାନକ ବିଧାନସଭାର ଶୀତ ଅଧିବେଶନ ବନ୍ଦକୁ ନେଇ ତେଜିଲା ରାଜନୀତି । ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

୪ ଦିନର ଶୀତ ଅଧିବେଶନକୁ ନେଇ ତେଜିଛି ରାଜନୀତି । ୨୬ଟି କାର୍ଯ୍ୟ ଦିବସ ବାକି ଥିବା ବେଳେ ଅଚାନକ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ସମାନ ଢ଼ଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି, ବିରେଧୀଙ୍କୁ ଭୟ କରୁଛନ୍ତି ସରକାର । ସରକାରଙ୍କ ପାଖରେ ବିରୋଧୀଙ୍କ ପ୍ରଶ୍ନର ଉତର ନଥିବାରୁ ଜାଣିଶୁଣି ଗୃହକୁ ମଲତବୀ କରାଯାଇଛି ବୋଲି ନରସିଂହ ମିଶ୍ର ଅଭିଯୋଗ ଆଣିଛନ୍ତି । ସରକାରଙ୍କ କାର୍ଯ୍ୟ ନଥିଲେ ବି ବିରୋଧୀଙ୍କ ପାଖରେ ଆଲୋଚନା କରିବା ପାଇଁ ଅନେକ ବିଷୟ ଥିଲା ବୋଲି ନରସିଂହ କହିଛନ୍ତି । କିନ୍ତୁ ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ ବନ୍ଦ କରିଦିଆଯାଇଛି ବୋଲି ନରସିଂହ ଅଭିଯୋଗ କରିଛନ୍ତି ।

Spread the love