କାର୍ଯ୍ୟରେ ଅବହେଳା ଯୋଗୁଁ ଗଞ୍ଜାମର ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ

ଭୁବନେଶ୍ୱର: ଗଞ୍ଜାମର ୩ ଜଣ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ।  ଗଞ୍ଜାମର ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ସିଇଓ । ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯିବ। ଛତ୍ରପୁର ୨୭ ନମ୍ବର ବୁଥ ପ୍ରିଜାଇଡିଂ ଅଫିସର ଗିରଫ ହେବେ । ୧୬୩ ନମ୍ବର ପୁଲିଂ ଷ୍ଟେସନର ପ୍ରିଜାଇଡିଂ ଅଫିସର ଗିରଫ ହେବେ । ସେହିପରି ଗୋପାଳପୁରର ୧୯୩ ନମ୍ବର ପୁଲିଂ ଷ୍ଟେସନ ପ୍ରିଜାଇଡିଂ ଅଫିସର ସସପେଣ୍ଡ ହେବେ । କାର୍ଯ୍ୟରେ ଗୁରୁତର ଅବହେଳା ଯୋଗୁଁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ପୂର୍ବରୁ ୨ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେଇଥିଲେ ସିଇଓ ।  ଗଞ୍ଜାମ ଜିଲ୍ଲାର ଚିକିଟିର ବୁଥ୍ ନମ୍ବର ୬୪ର ମାନସ ରଞ୍ଜନ ସେଠୀ । କଳାହାଣ୍ଡି ନର୍ଲାର ଏକ ପୋଲିଂ ଅଧିକାରୀ ତେଜାଂସୁ ସାହାଙ୍କୁ ସସପେଣ୍ଡ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ।

Spread the love