ଗାଡି ଚାଳକଙ୍କୁ ଆଶ୍ୱସ୍ତି : ଡିସେମ୍ବର ୩୧ ଯାଏଁ ଉଭୟ ଅନଲାଇନ୍ ଓ ଅଫଲାଇନରେ ମିଳିବ ପ୍ରଦୂଷଣ ପ୍ରମାଣପତ୍ର

ପୁଣିଥରେ ନିଷ୍ପତି ବଦଳାଇଲେ ରାଜ୍ୟ ସରକାର । ପ୍ରଦୂଷଣ ପ୍ରମାଣପତ୍ର ନେଇ ରାଜ୍ୟ ସରକାର ପୁଣିଥରେ ନିଜର ନିଷ୍ପତି ବଦଳାଇଛନ୍ତି । ଆହୁରି ୩ ମାସ ପର୍ଯ୍ୟନ୍ତ ଅଫଲାଇନରେ ପ୍ରଦୂଷଣ ପ୍ରମାଣପତ୍ର ମିଳିପାରିବ ବୋଲି ସ୍ପଷ୍ଟ କରିଛି ପରିବହନ ବିଭାଗ । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟ ଅଫଲାଇନ୍ ଓ ଅନଲାଇନରେ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିବାକୁ ଲୋକମାନଙ୍କୁ ଅପିଲ୍ କରିଛି ପରିବହନ ବିଭାଗ । ଏପରିକି ଏନେଇ ସମସ୍ତ ଜିଲ୍ଲାପାଳ, ଏସପି, ଡିସିପି ଓ ଆରଟିଓ କାର୍ଯ୍ୟାଳୟକୁ ମଧ୍ୟ ଚିଠି ଲେଖି ଜଣାଇଛି ବିଭାଗ ।

ପରିବହନ ବିଭାଗର ଚିଠି ଅନୁଯାୟୀ, ଆସନ୍ତା ଡିସେମ୍ବର ୩୧ ଯାଏଁ ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ ମାଧ୍ୟମରେ ପ୍ରଦୂଷଣ ପ୍ରମାଣପତ୍ର ନେଇପାରିବେ ଲୋକେ । ପୂର୍ବରୁ ଅକ୍ଟୋବର ୧ରୁ ଅନଲାଇନ୍‌ ମାଧ୍ୟମରେ ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଥିଲା

ରାଜ୍ୟରେ ଯେତିକି ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ରହିଛି ତାହା ସମୁଦ୍ରକୁ ଶଙ୍ଖେ ଭଳି । ଯାନବାହନ ତୁଳନାରେ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ବହୁତ କମ ରହିଛି । ତେଣୁ ପଲ୍ୟୁସନ୍ ଟେଷ୍ଟିଂ ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳୁଥିଲା । ତେଣୁ ସରକାରଙ୍କ ଏଭଳି ନିଷ୍ପତି ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଛି ।

Spread the love