ନିର୍ବାଚନକୁ ଶୃଙ୍ଖଳିତ, ଅବାଧ, ହିଂସାମୁକ୍ତ କରିବାରେ ପୋଲିସର ଅବହେଳା କାରଣରୁ ଗଣତନ୍ତ୍ର ଆଜି ବିପଦଗାମୀ : ବିଜେପି

କଟକ / ଭୁବନେଶ୍ୱର : ପଂଚାୟତ ନିର୍ବାଚନକୁ ଶୃଙ୍ଖଳିତ, ଅବାଧ ଓ ହିଂସାମୁକ୍ତ କରିବାରେ ପୋଲିସର ଅବହେଳା କାରଣରୁ ଗଣତନ୍ତ୍ର ଆଜି ବିପଦଗାମୀ । ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀ ଓ ପୋଲିସ ଶାସକ ବିଜେଡି ସପକ୍ଷରେ ଭୋଟ ହାତେଇବା ପାଇଁ ଟଙ୍କା ବାଂଟୁଛନ୍ତି । ପୋଲିସର ପକ୍ଷପାତିତା କାରଣରୁ ସାଧାରଣ ଭୋଟର ଆଜି ନିଜକୁ ଅସୁରକ୍ଷିତ ମଣି ଭୋଟ ଦେଇପାରୁନାହାନ୍ତି । ବହୁ ସ୍ଥାନରେ ପୋଲିଂ ଅଫିସର, ପ୍ରିଜାଇଡିଂ ଅଫିସର ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଅନ୍ୟ ଅଧିକାରୀମାନେ ମିଳିମିଶି ଶାସକ ବିଜେଡି ସପକ୍ଷରେ ଭୋଟ କରାଉଥିବାବେଳେ ପୋଲିସ ତାଙ୍କୁ ପ୍ରତ୍ୟକ୍ଷ ସହାୟତା କରୁଛି । ଆଇନ ଭଙ୍ଗକାରୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଡିଜିଙ୍କ ନିକଟରେ ବିଜେପି ଦାବୀ ଜଣାଇଛି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଜଣାଇଛନ୍ତି । ବିଜୁ ଜନତା ଦଳର ଗୁଣ୍ଡାଭଳି କାମ କରୁଥିବାରୁ ସାଧାରଣ ଜନତାଙ୍କ ପୋଲିସ ଉପରୁ ଭରସା ତୁଟୁଛି । ପେସାଦାର ଗୁଣ୍ଡାଙ୍କୁ ପୁଲିସ ଘଂଟ ଘୁଡାଉଛି। ପୁଲିସ ଡିଜିଙ୍କ କଥା ତାଙ୍କ କର୍ମଚାରୀମାନେ ମାନୁ ନାହାନ୍ତି। ଚଳିତ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଘଟିଯାଇଥିବା ବ୍ୟାପକ ରାଜନୈତିକ ହିଂସାକାଣ୍ଡ ପରେ ଆଉ ଏଭଳି ହିଂସାକାଣ୍ଡକୁ ବରଦାସ୍ତ କରାଯିବ ନାହିଁ ବୋଲି ନିଜେ ପୋଲିସ ମହାନିର୍ଦ୍ଦେଶକ କହିଥିଲେ। କିନ୍ତୁ ପରବର୍ତୀ ପର୍ଯ୍ୟାୟରେ ଏହି ହିଂସାକାଣ୍ଡ ଓ ଗଣ୍ଡଗୋଳ ଆହରୀ ତୀବ୍ର ରୂପ ନେଇଥିଲା। ଶାସକ ବିଜେଡି ଗୁଣ୍ଡାଙ୍କ ଆକ୍ରମଣ ପ୍ରସଙ୍ଗରେ ବିଜେପିର ଅଭିଯୋଗ ଦାୟର କରାଯାଉ ନାହିଁ । ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଶାସକ ବିଜେଡିର ନିର୍ଦ୍ଦେଶରେ ଘର ଘର ବୁଲି ରାତି ଅଧରେ ବିଜେପି କାର୍ଯ୍ୟକର୍ତାଙ୍କୁ ଗିରଫ କରୁଛି ପୋଲିସ । ବିଜୁ ଜନତା ଦଳ ପାଇଁ ଓଡିଶା ପୁଲିସ କାମ କରୁଛି । ପୋଲିସ ନିଜ ନିରପେକ୍ଷତା ବଜାୟ ରଖି ରାଜ୍ୟବାସିଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପୋଲିସ ଡିଜିଙ୍କୁ ବିଜେପି ପ୍ରତିନିଧି ଦଳ ଦାବୀ କରିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

କଟକସ୍ଥିତ ପୋଲିସ ଡିଜିଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ଭେଟିଥିବା ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ମନମୋହନ ସାମଲ ଓ ସୁରମା ପାଢୀ, ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ସାମିଲ ଥିଲେ ।

Spread the love