ଏହି ସବୁ ରୋଗରୁ ରକ୍ଷା କରିବ ଡାଳିମ୍ବ, ପ୍ରତିଦିନ ଖାଦ୍ୟରେ କରନ୍ତୁ ସାମିଲ

ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ମିଠା ସ୍ୱାଦ ସହ ଏହା ଆମ ଶରୀରକୁ ପୋଷକତା ଯୋଗାଇଥାଏ । ଡାଳିମ୍ବ ପ୍ରାୟତଃ ରକ୍ତ ବଢ଼ାଇବା ପାଇଁ ଜଣାଶୁଣା । ଡାଳିମ୍ବରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଡାଳିମ୍ବର କିଛି ମୁଖ୍ୟ ଲାଭ ବିଷୟରେ ଆସନ୍ତୁ ଜାଣିବା ।

ଡାଳିମ୍ବରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ହୃଦରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ, ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ରକ୍ତଚାପକୁ ହ୍ରାସ କରିଥାଏ । ଡାଳିମ୍ବରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ କ୍ୟାନ୍ସର କୋଷ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରେ ।

ଡାଳିମ୍ବରେ ଅଧିକ ପରିମାଣର ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଡାଳିମ୍ବରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ର୍ଚମ ବାର୍ଦ୍ଧକ୍ୟର ଲକ୍ଷଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ତ୍ୱଚାକୁ ଚମକାଇଥାଏ ।

ଡାଳିମ୍ବରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଗଣ୍ଠି ଯନ୍ତ୍ରଣା ଏବଂ ଫୁଲାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ | ଆର୍ଥ୍ରାଇଟିସ୍ ଭଳି ରୋଗରେ ପୀଡିତ ଲୋକଙ୍କ ପାଇଁ ଏହା ଲାଭଦାୟକ ହୋଇପାରେ । ଡାଳିମ୍ବରେ ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବାଢାଇବାରେ ସାହାଯ୍ୟ କରିଥାଏ | ଏହା ଆମକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ |

Spread the love