୨୩ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ମୁଣ୍ଡରେ ‘ଅପପୃଷ୍ଟିର କଳଙ୍କ’: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର, ତା.୧୫/୦୯: ଏବେ ଓଡ଼ିଶାର କିଛି ଜିଲ୍ଲାର ଚିତ୍ର ଆଫ୍ରିକୀୟ ଦେଶ ସୋମାଲିଆ, ଉଗାଣ୍ଡା ଭଳି ସମାନ ଦେଖାଯାଉଛି । ଛୋଟପିଲାଙ୍କର ଶାରୀରିକ ଓ ମାନସିକ ବିକାଶ ହେଉନାହିଁ । ନିର୍ବାଚନ ସମୟରେ ଗରୀବ ଲୋକଙ୍କୁୁ ଭୂଆଁ ବୁଲାଇବା ଯେମିତି “ବାହାଘର ବେଳେ ବାଇଗଣ ରୋଇବା” ଭଳି ନିର୍ବାଚନ ଆସିଲେ ବିଜେଡିର ଚେତା ପଶେ । ନିକଟ ଅତୀତରେ ବହୁଚର୍ଚ୍ଚିତ ନଗଡାର ଦୁଇଜଣ ଶିଶୁ ଅପପୃଷ୍ଟିରେ ଶିକାର ହୋଇ ମୃତ୍ୟୁବରଣ କରିସାରିଛନ୍ତି । କିନ୍ତୁ ରାଜ୍ୟ ସରକାର କୁପୋଷଣକୁ କମ୍ କରିବାରେ କୈାଣସି ଆନ୍ତରିକତା ବା ଠୋସ୍ ଯୋଜନା ଦୃଶ୍ୟମାନ୍ ହେଉନାହିଁ । ୨୩ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କର ମନେପଡିଛି ଓଡିଶାର ଅପପୃଷ୍ଟିର କଥା । ୨୩ ବର୍ଷ ଶାସନରେ ନବୀନ ବାବୁଙ୍କ ମୁଣ୍ଡରେ ‘ଅପପୃଷ୍ଟିର କଳଙ୍କ’ ଲାଗିଛି ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି । ଡା.ବିଶ୍ୱାଳ କହିଛନ୍ତି ଯେ, ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ କୁପୋଷଣରୁ ସୁପୋଷଣକୁ ନେଇଯିବା ପାଇଁ ଅନେକ ଯୋଜନା କରିଛନ୍ତି । ଯେମିତି ପୋଷଣ-୨, ଆନିମିଆ (ରକ୍ତହୀନତା) ମୁକ୍ତ ଭାରତ, ନ୍ୟାସନାଲ ହେଲ୍‌ଥ ମିଶନରୁ ସବୁ ସପ୍ତାହରେ ଗର୍ଭବତୀ ମହିଳାମାନଙ୍କୁ ମାଗଣାରେ ଆଇରନ, ଫଲିକଏସିଡ୍ ଟ୍ୟାବଲେଟ ବଂଟନ କରାଯାଉଛି । କୁପୋଷଣ ଦୂର କରିବା ପାଇଁ ମୋଦିଜୀ ୬୦ପ୍ରତିଶତ ଟଙ୍କା ଓଡିଶାକୁ ଦେଉଛନ୍ତି କିନ୍ତୁ ନବୀନ ବାବୁ ତାହା କାର୍ଯ୍ୟରେ ଲଗାଇବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି । ଦୀର୍ଘ ୨୩ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ରହିବି ବିଜେଡି ସରକାର ପୃଷ୍ଟିହୀନତା ଉପରେ ରୋକ୍ ଲଗାଇ ପାରିଲେ ନାହିଁ । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଡା.ବିଶ୍ୱାଳ କହିଛନ୍ତି ।
‘ନ୍ୟାସନାଲ ଫ୍ୟାମିଲ ହେଲଥ୍ ସର୍ଭେ ରିପୋର୍ଟ-୫’ରୁ ସ୍ପଷ୍ଟ ହୋଇଛି, ଓଡ଼ିଶାରେ ୬୪.୩ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି । ୫୦ପ୍ରତିଶତ ଓଜନ (ଅଣ୍ଡରୱେଟ) ଓ ଉଚ୍ଚତାହ୍ରାସ (ଷ୍ଟଟ୍ରେଂଟ) ଥିବା ଶିଶୁ ଯଥା, ମାଲକାନଗିରି, ମୟୂରଭଞ୍ଜ, ନବରନଙ୍ଗପୁର ଅଂଚଳରେ ଦେଖାଯାଉଛନ୍ତି । ଓଡ଼ିଶାରେ ସୁବର୍ଣ୍ଣପୁର, ମାଲକାନଗିରି, ଦେବଗଡରେ ୱେଷ୍ଟେଡ୍ ଶିଶୁ ୩୦ ପ୍ରତିଶତରୁ ଊର୍ଦ୍ଧ୍ୱ ରହିଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଲଜ୍ଜାଜନକ । କେବେ ଓଡିଶା ଅପପୃଷ୍ଟିରୁ ମୁକ୍ତି ପାଇବ ବୋଲି ଡା.ବିଶ୍ୱାଳ କହିଛନ୍ତି ।

Spread the love