ପୋଷ୍ଟର ମାରିଲା ମିଳିବ ୨୦୦ ଟଙ୍କା

ମାହାଙ୍ଗା ୧୩।୦୨: ନିର୍ବାଚନୀ ପୋଷ୍ଟର ମାରୁଛନ୍ତି ସ୍କୁଲ୍ ପିଲା। ପୋଷ୍ଟର ମାରିଲେ ମିଳିବ ୨୦୦ ଟଙ୍କା ପାରିଶ୍ରମିକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତରେ।

ଖବର ଅନୁଯାୟୀ, ରାହାଣିଆ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ପିଲାମାନଙ୍କୁ ପୋଷ୍ଟର ମାରିବା ପାଇଁ ନିୟୋଜିତ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Spread the love