ବାରାମତିରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ନଣନ୍ଦ ଭାଉଜ

ଆଗାମୀ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏହା ମଧ୍ୟରେ ମହାରାଷ୍ଟ୍ରର ପ୍ରସିଦ୍ଧ ବାରାମତି ଆସନରେ ଏଥର ପରିବାର ବନାମ ପରିବାର ଲଢେଇ ଦେଖିବାକୁ ମିଳିପାରେ । କାରଣ ଶୁକ୍ରବାର ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ଏହାର ଆଭାସ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର । ଭଉଣୀ ସୁପ୍ରିୟା ସୁଲେଙ୍କ ନାଁ ନନେଇ ଭୋଟରଙ୍କୁ ଅପିଲ କରିଥିଲେ ଯେ, ‘ପ୍ରାର୍ଥୀ ଆପଣଙ୍କ ପାଖକୁ ଆସିବେ ଏବଂ ଭାବନାତ୍ମକ କଥା କହି ଆପଣଙ୍କୁ ନିଜ ଆଡକୁ କରିବାକୁ ଚାହିଁବେ । କିନ୍ତୁ ଅପଣ ପ୍ରାର୍ଥୀଙ୍କ ଭାବନାକୁ ଦେଖିବେ ନାଁ ବିକାଶକୁ ଗୁରୁତ୍ୱ ଦେବେ କି?’ବୋଲି ପ୍ରଶ୍ନ କରିଛନ୍ତି ଅଜିତ୍ ।ଅଜିତ ପାୱାରଙ୍କ ଭାଷଣରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ବାରାମତି ଆସନରୁ ସୁପ୍ରିୟା ସୁଲେଙ୍କ ବିରୋଧରେ ନିଜର ଜଣେ ପ୍ରାର୍ଥୀଙ୍କୁ ଛିଡା କରାଇବେ । ନିଜ ଭଉଣୀ ସୁପ୍ରିୟା ସୁଲେଙ୍କ ବିରୋଧରେ ଅଜିତ୍ ନିଜ ପତ୍ନୀ ସୁନେତ୍ରା ପାୱାରଙ୍କୁ ଛିଡା କରାଇବା ବୋଲି ଚର୍ଚ୍ଚା ଜୋର ଧରୁଛି । ବାରାମତିରେ ସୁନେତ୍ରାଙ୍କ ପୋଷ୍ଟର ମଧ୍ୟ ଲାଗିଥିବା ଦେଖିବାକୁ ମିଳୁଛି ।

Spread the love