ଓଲଟିଲା ଟ୍ରକ୍‌; ଦୁର୍ଘଟଣାସ୍ଥଳରୁ ଆଳୁବସ୍ତା ବୋହିନେଲେ ଲୋକେ

କୋରାପୁଟ: କୋରାପୁଟ ସଦର ଥାନା କେନ୍ଦାର ନିକଟରେ ଏକ ଆଳୁ ବୋଝେଇ ଟ୍ରକ ଓଲଟି ପଡିଥିବାବେଳେ ଡ୍ରାଇଭର ଓ କ୍ଳିନର ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଦୁର୍ଘଟଣା ପରେ ଲୋକେ ଆଳୁବସ୍ତା ନେଇ ଯାଉଥିବା ବେଳେ ପୁଲିସ ସେମାନଙ୍କର ଠାରୁ ଛଡ଼ାଇ ଆଣିଛି।

ସୂଚନା ଅନୁଯାୟୀ ଏକ ଆଳୁ ବୋଝେଇ ଟ୍ରକ ବୋରିଗୁମ୍ମାରୁ ରାଣୀଗଡ଼ ଦେଇ ନନ୍ଦପୁର ଯାଉଥିବାବେଳେ କେନ୍ଦାର ଘାଟି ନିକଟରେ ବ୍ରେକ ଫେଲ ହେବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ି ଥିଲା। ଏଥିରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ କ୍ଲିନର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। କୌଣସି ସୂତ୍ରରୁ ସୂଚନା ପାଇ ସଦର ଥାନା ଅଧିକାରି ରୁନୁ ମାଝୀ, ସବଇନ୍ସପେକ୍ଟର ପ୍ରଫୁଲ୍ଲ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଆହତ ଟ୍ରକ ଡ୍ରାଇଭର ଓ ହେଲ୍ପରକୁ ଉଦ୍ଧାର କରି ଚିକିସ୍ଛା ନିମନ୍ତେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ତନାନ୍ତର କରିଥିଲେ। ଅନ୍ୟପକ୍ଷରେ ନିକଟସ୍ଥ ଗ୍ରାମବାସୀ ଆଳୁ ବସ୍ତା ନେଇ ପଲାଉଥିବାବେଲେ ପୁଲିସ ସେମାନଙ୍କ ଠାରୁ ଆଳୁ ବସ୍ତା ଫେରାଇ ଆଣି ଥାନାରେ ଗଚ୍ଛିତ ରଖିଥିବା ଥାନା ଅଧିକାରୀ ଶ୍ରୀମତୀ ମାଝୀ ସୂଚନା ଦେଇଛନ୍ତି।

Spread the love