Skip to content
Saturday, March 7, 2026
Latest:
  • ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ରେଳଯାତ୍ରୀ ମୃତ, କାରଣ ଅସ୍ପଷ୍ଟ
  • ଆଜି ରାଜ୍ୟସଭା ପାଇଁ ନାମାଙ୍କନ, ୪ ଆସନ ପାଇଁ ୫ ପ୍ରାର୍ଥୀ
  • ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ଗ୍ଲାମର 

ପ୍ରଭାସଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ କରି ଏପରି ଲେଖିଲା ହ୍ୟାକର୍‌

July 28, 2023 Satya entertenment, prabhas-facebook-account-hacked-shares-viral-video-of-unlucky-man

ମୁମ୍ବାଇ: ପାନ ଇଣ୍ଡିଆ ତାରକା ପ୍ରଭାସଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍ ହୋଇଛି। ତାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟ୍ ହ୍ୟାକ୍ କରିବା ପରେ ହ୍ୟାକର ଅଜବ ପୋଷ୍ଟ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି। ଅଭିନେତା ନିଜେ ଏ ବିଷୟରେ ଏକ ଅଫିସିଆଲ୍ ପୋଷ୍ଟ ସେୟାର ସୂଚନା ଦେଇଛନ୍ତି। ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ‘କମ୍ପ୍ରମାଇଜ୍‌’ ହୋଇଛି ବୋଲି ପ୍ରଭାସ ଏକ ପୋଷ୍ଟ୍‌ କରିବା ପରେ ତାଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।ପ୍ରଭାସ ଲେଖିଥିଲେ, ‘‘ସମସ୍ତଙ୍କୁ ନମସ୍କାର। ମୋର ଫେସବୁକ୍ ପେଜ୍ ‘କମ୍ପ୍ରମାଇଜ୍‌’ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ଟିମ୍‌ ଚେଷ୍ଟା କରୁଛି।’’ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନଙ୍କ ସହ ‘ପ୍ରୋଜେକ୍ଟ କେ’ରେ ନଜର ଆସିବେ।

ଗତକାଲି ରାତିରେ ଅଭିନେତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି। ହ୍ୟାକ୍‌ କରିବା ପରେ ହ୍ୟାକର ଦୁଇଟି ଭିଡିଓ ମଧ୍ୟ ସେୟାର କରିଥିଲା। ପ୍ରଥମ ପୋଷ୍ଟ୍‌ରେ ‘ବଲ୍‌ ଫଲ୍‌ସ ଆରାଉଣ୍ଡ୍‌ ଦ ୱାର୍ଲଡ’ ଲେଖା ଯାଇଥିବା ବେଳେ ଦ୍ବିତୀୟ ପୋଷ୍ଟ୍‌ରେ ‘ଅନ୍‌ଲକି ହ୍ୟୁମାନ୍‌ସ’ ବୋଲି ଲେଖା ହୋଇଥିଲା। ହ୍ୟାକରର ଏହି ପୋଷ୍ଟ ପରେ ଟ୍ରୋଲରମାନେ ମଧ୍ୟ ବହୁତ କମେଣ୍ଟ କରିବା ଆରମ୍ଭ କରିଦେଲେ। ଟ୍ରୋଲ୍‌ର୍ସମାନେ ପ୍ରଭାସଙ୍କ ପୂର୍ବର ଫ୍ଲପ୍ ଚଳଚ୍ଚିତ୍ରକୁ ଟାର୍ଗେଟ କରିବାର ସୁଯୋଗ ମଧ୍ୟ ପାଇଗଲେ।  ‘ଆଦିପୁରୁଷ’ ରୁ ‘ରାଧେ ଶ୍ୟାମ’ ଭଳି ଅଭିନେତାଙ୍କର ୨ଟି ବଡ଼ ଚଳଚ୍ଚିତ୍ର ପାଇଁ ଫ୍ଲପ୍ ହୋଇଥିବା କଥା ଆପଣ ଜାଣନ୍ତି। ‘ଆଦିପୁରୁଷ’ କାରଣରୁ ପ୍ରଭାସ ଏବଂ ତାଙ୍କ ଟିମ୍‌କୁ ନେଇ ଅନେକ ବିବାଦ ଲାଗି ରହିଥିଲା।

Post Views: 1,882
Spread the love
  • ← ଜୁଲାଇ ୨୯ରେ ମହରମ୍ ଛୁଟି
  • ୨୦୨୨ ‘ଜି୨୦’ ଡିନର୍‌ରେ ହାତ ମିଳାଇ କେଉଁ ବିଷୟରେ କଥା ହୋଇଥିଲେ ମୋଦୀ ଓ ଜିନ୍‌ପିଙ୍ଗ୍‌ →

ADVT

Recent Posts

  • ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ରେଳଯାତ୍ରୀ ମୃତ, କାରଣ ଅସ୍ପଷ୍ଟ March 6, 2026
  • ଆଜି ରାଜ୍ୟସଭା ପାଇଁ ନାମାଙ୍କନ, ୪ ଆସନ ପାଇଁ ୫ ପ୍ରାର୍ଥୀ March 5, 2026
  • ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ March 5, 2026
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ March 5, 2026
  • ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ March 5, 2026

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.