‘ପ୍ରୋଜେକ୍ଟ କେ’ର ଲୁକ୍ ପାଇଁ ଟ୍ରୋଲ ହେଲେ ପ୍ରଭାସ

ମୁମ୍ବାଇ: ପ୍ୟାନ ଇଣ୍ଡିଆ ଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ରଗୁଡ଼ିକ ଲଗାତାର ଫ୍ଲପ ହେବାରେ ଲାଗିଛି। ଲୋକମାନେ ତାଙ୍କ ଅଭିନୟକୁ ଅଧିକ ପସନ୍ଦ କରୁନଥିବା ଦେଖାଯାଇଛି। ୬୦୦କୋଟି ବଜେଟର ଫିଲ୍ମ ‘ଆଦିପୁରୁଷ’ ଫ୍ଲପ ହେବା ପରେ ଏବେ ପ୍ରଭାସ ନିଜର ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ତାଙ୍କ କ୍ୟାରିୟରକୁ ଟ୍ରାକକୁ ଆଣିବ ବୋଲି ଅଭିନେତା ଆଶା ରଖିଥିବା ବେଳେ ବୁଧବାର ‘ପ୍ରୋଜେକ୍ଟ କେ’ରେ ଥିବା ପ୍ରଭାସଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଥିଲା। ଏହା ପରେ କିଛି ଲୋକ ତାଙ୍କ ଲୁକକୁ ପସନ୍ଦ କରୁଥିବା ବେଳେ କିଛି ଲୋକମାନେ ପ୍ରଭାସଙ୍କ ଲୁକକୁ ପସନ୍ଦ କରୁନାହାଁନ୍ତି। ସୋସିଆଲ ମିଡିଆରେ ତାଙ୍କୁ ନିଜ ଲୁକ୍ ପାଇଁ ଟ୍ରୋଲ ହେବାକୁ ପଡ଼ିଛି। ତାଙ୍କର ଲୁକକୁ ଆଇରନମ୍ୟାନ୍ ସହ ତୁଳନା କରି ଲୋକେ ତାଙ୍କୁ ଶସ୍ତା ଆଇରନମ୍ୟାନ୍ ବୋଲି କହିଛନ୍ତି।

‘ପ୍ରୋଜେକ୍ଟ କେ’ରେ ପ୍ରଭାସଙ୍କ ସହ ବଲିଉଡ ଅଭିନେତ୍ର ଦୀପିକା ପାଦୁକୋନ, ବିଗ୍ ବି ଅମିତାଭ ବଚ୍ଚନ ଏବଂ ସୁପରଷ୍ଟାର କମଲ ହାସନ ନଜର ଆସିବେ। କିଛି ଦିନ ପୂର୍ବରୁ ଦୀପିକା ପାଦୁକୋନଙ୍କ ଲୁକ୍ ସାମ୍ନାକୁ ଆସିଥିବା ବେଳେ ଏବେ ପ୍ରଭାସଙ୍କ ଲୁକ୍ ସାମ୍ନାକୁ ଆସିଛି। ପ୍ରଭାସଙ୍କ ପ୍ରଶଂସକମାନେ ତାଙ୍କ ଲୁକକୁ ବହୁତ ପସନ୍ଦ କରୁଥିବାବେଳେ କିଛି ଲୋକ ତାଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ବ୍ୟବହାରକାରୀ ତାଙ୍କ ଲୁକ୍ ସହ ହଲିଉଡ ଫିଲ୍ମ ଆଇରନମ୍ୟାନରେ ଥିବା ଅଭିନେତା ରବର୍ଟଙ୍କ ଲୁକ୍ ସହ ତୁଳନା କରିଛନ୍ତି। ଏହା ସହ ତାଙ୍କୁ ଶସ୍ତା ଆଇରନମ୍ୟାନ କହିଛନ୍ତି।

Spread the love