ସୁନାରେ ଝଲସିଲେ ପ୍ରଭୁ ଚନ୍ଦ୍ରଶେଖର

ଢେଙ୍କାନାଳ, ୧୩|୦୮: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସର ଅଧୀଶ୍ଵର ପ୍ରଭୁ ଚଦ୍ରଶେଖର ଜୀଉ ସୁନାରେ ଝଟକିଲେ । ଶୁକ୍ରବାର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ପଭୁ ଚନ୍ଦ୍ରଶେଖର ଜୀଉଙ୍କ ପାଖରେ ସୁନାରେ ତିଆରି ପଞ୍ଚବକ୍ରୀ ମୁକୁଟ ଲାଗିକରାଯାଇଛି ।

ସୂଚନା ଥାଉକି, ଶୁକ୍ରବାର ପ୍ରଭୁଙ୍କ ପାଖରେ ପ୍ରାୟ ଦୁଇ କେଜି ଓଜନ ସୁନାରେ ନିର୍ମିତ ପଞ୍ଚବକ୍ରୀ ମୁକୁଟ ଓ ସୁନା ପ୍ରଲେପ ରୁପା ନାଗ ଲାଗି କରାଯାଇଛି । ଦେବୋତ୍ତର ବିଭାଗ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗରେ କୋଟିଏ ୩୦ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ପଞ୍ଚବକ୍ରୀ ସୁନାର ମୁକୁଟ ତିଆରି କରାଯାଇଛି ବୋଲି ପ୍ରକାଶ କରିଛନ୍ତି ପିଡ଼ି ଡିଆରଡିଏ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ। ଏହି ଉପଲକ୍ଷେ ଆୟୋଜିତ ପ୍ରତିଷ୍ଠା ଉତ୍ସବରେ କପିଳାସ ପୀଠରେ ପରମ୍ପରାର ସହ ଶୁକ୍ରବାର ପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ପାଖରେ ଢେଙ୍କାନାଳ ରାଜପରିବାର ପକ୍ଷରୁ ଯୁବରାଜ ଅମରଜ୍ୟୋତି ସିଂହଦେଓ ଓ ରାଜପୁରୋଧା ମାଧ୍ୟମରେ ସ୍ବତନ୍ତ୍ରଭାବେ ପୂଜାର୍ଚନା କରାଯାଇଥିଲା । ପରେ ଏହି ସ୍ଵର୍ ର ପଞ୍ଚବକ୍ରୀ ମୁକୁଟ ପ୍ରଭୁଙ୍କ ପାଖରେ ଲାଗି କରାଯାଇଛି । ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ଏସ ପି କେ ଶିଭା ଶୁଭ୍ରମଣି, ଡ଼ିଏଫଓ ପ୍ରକାଶ ଗୋଗୀନେନୀ, ପିଡ଼ି ଡିଆରଡିଏ ତଥା ଜିଲ୍ଲା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ତେବେ କପିଳାସ ପୀଠର ପରମ୍ପରା ବର୍ଷରେ ତିନି ଥର ଅର୍ଥାତ ଜଗରଯାତ୍ରା, ପୌଷଭିଷେକ ଓ ମକର ସଂକ୍ରାନ୍ତିରେ ପ୍ରଭୁ ଚନ୍ଦ୍ରଶେଖରଙ୍କର ନାଗାଭରଣ ବେଶ ବା ସୁନାବେଶ ହୋଇଥାଏ । ମାତ୍ର ଆଜକୁ ପ୍ରାୟ ୭୦ବର୍ଷ ପୂର୍ବେ ପ୍ରଭୁଙ୍କର ସୁନା ଅଳଙ୍କାର ଚୋରି ହୋଇଯିବାପରେ ପ୍ରଭୁଙ୍କର ନାଗାଭରଣ ବେଶ କେବଳ ପ୍ରଥାରେ ଚାଲିଥିଲା ।

Spread the love