ଆଜି ବିଜେଡିରେ ମିଶିବେ ପ୍ରଦୀପ, ବିରାଟ ପଟୁଆରରେ ଫୁଙ୍କିବେ ଶଙ୍ଖ

ନବରଙ୍ଗପୁର, ୦୬|୧୧: ବିଧିବଦ୍ଧ ଭାବେ ବିଜେଡିରେ ମିଶିବେ ପ୍ରଦୀପ ମାଝି । ଏନେଇ ନିଜେ ପ୍ରଦୀପ ସୂଚନା ଦେଇଛନ୍ତି ।  ନବରଙ୍ଗପୁର ସହରରେ ହେବାକୁ ଥିବା ମିଶ୍ରଣ ପର୍ବ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି ।

କିଛି ଦିନ ତଳେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସହ ଇସ୍ତଫା ଦେଇଥିଲେ ହଜାର ହଜାର ସମର୍ଥକ । ବିଜେଡିରେ ଯୋଗଦାନ କରିବା ନେଇ ପ୍ରଦୀପ ଘୋଷଣା କରିଥିଲେ ।  ପ୍ରଦୀପ ଓ ତାଙ୍କ ଅନୁଗତ ସମର୍ଥକମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକଠାରୁ ଏକ ବିଶାଳ ରାଲିରେ ନବରଙ୍ଗପୁର ସହର ପରିକ୍ରମା କରି ମାଝୀଗୁଡାଠାରେ ପହଞ୍ଚିବା ପରେ ମିଶ୍ରଣ ପର୍ବ ସଭାସ୍ଥଳରେ ପହଞ୍ଚିବେ । ଏହି ମିଶ୍ରଣ ପର୍ବରେ ପ୍ରାୟ ୧୦ହଜାର ବିଜେଡି କର୍ମୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ତେବେ ପ୍ରଦୀପଙ୍କ ସହ ଅନ୍ୟ କେଉଁ କେଉଁ ଅନୁଗତ କର୍ମୀ ବିଜେଡିରେ ଯୋଗଦାନ କରିବେ ସେନେଇ ନିଜ ପତା ଖୋଲିନାହାନ୍ତି ।  ଏହି କାର୍ଯ୍ୟକ୍ରମରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ମନ୍ତ୍ରୀ ଓ  ବିଜେଡିର ରାଜ୍ୟସ୍ତରୀୟ କିଛି ନେତା ସାମିଲ ହେବା ନେଇ ସୂଚନା ମିଳିଛି ।

Spread the love