କରୋନା ଟିକା ନେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଯାଇ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କରୋନା ଟିକା ନେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସାଧାରଣ ଜନତାଙ୍କୁ କରୋନା ଟିକା ସମ୍ପୂର୍ଣ୍ଣ ବିପଦ ମୁକ୍ତ ଦର୍ଶାଇବା ପାଇଁ ସେ ନିଜେ ଆସି ଟିକା ନେଇଛନ୍ତି। ଏଥିସହିତ ଅନ୍ୟମାନେ ମଧ୍ୟ କରୋନା ଟିକା ନେଇ ସୁରକ୍ଷିତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି।

Spread the love