ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଜେରା

ଭୁବନେଶ୍ବର ୨୯।୧୧: ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ । ବହିଷ୍କୃତ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହାଜର ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଚତୁର୍ଥ ଥର ନୋଟିସ ପରେ ଇଡିରେ ହାଜର ହେଲେ ପ୍ରଦୀପ । ଶୁକ୍ରବାର ଦିନ ପ୍ରଦୀପଙ୍କ ଝିଅ ଶ୍ରୁତି ଇଡିରେ ହାଜର ହୋଇଥିଲେ ।

ଏହାପୂର୍ବରୁ ମଧ୍ୟ ବହିଷ୍କୃତ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟ ପାଠକଙ୍କୁ ଜେରା କରିଥିଲା ଇଡି । ଏହାପରେ ପ୍ରଦୀପଙ୍କ ଝିଅ ଶ୍ରୁତିଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ ହୋଇଥିଲା । ଇଡିର ନୋଟିସ ଆଧାରରେ ଶୁକ୍ରବାର ଦିନ  ଶ୍ରୁତି ପାଣିଗ୍ରାହୀ ହାଜର ହୋଇଥିଲେ । ସେହିପରି ସୋମବାର ଦିନ ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ ହୋଇଥିଲା । ଏହି ଆଧାରରେ ସେ ଆଜି ଇଡିରେ ହାଜର ହୋଇଛନ୍ତି । ଚତୁର୍ଥ ଥର ନୋଟିସ ପରେ ଇଡିରେ ହାଜର ହେଲେ ପ୍ରଦୀପ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଇଡି କରିବ ପଚରାଉଚରା ।

Spread the love