ବର୍ତମାନର ଘଡିସନ୍ଧି ମୁହୁର୍ତରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ ଜଣାଇଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର, ୨୨/୦୪: ବୈଶ୍ୱିକ ମହାମାରୀ କରୋନାଜନିତ ଲକ୍‌ଡାଉନ କାରଣରୁ ସମସ୍ତେ ଆଜି  ନିଜ ନିଜ ଘରେ ଆବଦ୍ଧ । ବିଶେଷ ଭାବେ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଚାଷୀକୂଳ ଆଜି ଘୋର ସଂକଟ ଦେଇ ଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତମାନର ଘଡିସନ୍ଧି ମୁହୁର୍ତରେ ଚାଷୀଙ୍କ ଠାରୁ ଧାନ କିଣା ତଥା ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର
ଲେଖି ଅନୁରୋଧ ଜଣାଇଛନ୍ତି । ବର୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା ରବି ଧାନ ସଂଗ୍ରହ କରିବା ସମୟ ଉପନୀତ ହୋଇଛି । ଆଜିେ ଏଭଳି ସଂକଟ ସମୟରେ କେନ୍ଦ୍ର ସରକାର କୃଷିଜାତ ଦ୍ରବ୍ୟର ସରକାରୀ ସଂଗ୍ରହକୁ ବିକେନ୍ଦ୍ରୀକରଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରି ବର୍ଷା ଋତୁ  ପୂର୍ବରୁ ଧାନ ସଂଗ୍ରହ କାର୍ଯ୍ୟ ସଂପନ୍ନ କରିବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ନାଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । କରୋନା କଟକଣା କାରଣରୁ ଧାନ ମଣ୍ଡିରେ ଦିନକୁ ମାତ୍ର ୩୦ ଜଣ ଚାଷୀ ଧାନ ବିକିବାକୁ ଆସିପାରିବେ ।

ମାତ୍ର ଏହି ବ୍ୟବସ୍ଥାରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ପରିମାଣର ଧାନ ସଂଗ୍ରହ କରିବା ଆଦୈା ସମ୍ଭବ ନୁହେଁ ।
ତେଣୁ ଯେଉଁଠାରେ ପାଖରେ ମଣ୍ଡି ନାହିଁ, ସେଠାରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ପଂଚାୟତ  କର୍ମଚାରୀମାନଙ୍କୁ ନିୟୋଜିତ କରି ଗ୍ରାମ ପଂଚାୟତର ସ୍କୁଲ ବାରଣ୍ଡା ଓ ଗୋଷ୍ଠୀ କେନ୍ଦ୍ର ଘରେ ଧାନ ସଂଗ୍ରହର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି ।

ସାମାଜିକ ଦୂରତା ଅବଲମ୍ବନ କରାଯାଇ ପ୍ରତି ଉଠା ଏଲଆଇ ପଏଂଟ ପିଛା ୧ ହେକ୍ଟର ପରିବର୍ତେ ୨ ହେକ୍ଟର ଜମିରେ ଧାନ ସଂଗ୍ରହ କରାଯିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଧାନ ସଂଗ୍ରହ ପାଇଁ ବ୍ୟବହାର ହୋଇପାରିନଥିବା ଟୋକନକୁ ପୁଣି ଥରେ ବ୍ୟବାହାର କରିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ ଜଣାଇଛନ୍ତି ।

Spread the love