କାଶୀପୁର ବ୍ଳକରୁ ଦୂରରେ ରହନ୍ତୁ ପ୍ରଫୁଲ୍ଲ ସାମନ୍ତରା, ନରେନ୍ଦ୍ର ମହାନ୍ତି: ବିଜେପି
ରାୟଗଡ଼ା: ଲୋକଙ୍କ ସହ ଶିଳ୍ପ ବୃଦ୍ଧି ବିକାଶର ମହାସ୍ରୋତକୁ ଆଗକୁ ନେବ ବିଜେପି। ଆଉ ସମାଜସେବୀ ପ୍ରଫୁଲ୍ଳ ସାମନ୍ତରା, ନରେନ୍ଦ୍ର ମହାନ୍ତି, ଅଗ୍ରଗାମୀ ଭଳି ଏନଜିଓ ଖଣି ଅଂଚଳରେ ନିରୀହ ଲୋକଙ୍କୁ ଉସୁକାଇ ଖଣି ଥିବା ଅଂଚଳରେ ବିକାଶକୁ ବାଧା ସୃଷ୍ଟି କରୁଛନ୍ତି ଯାହାକୁ ବିଜେପି ବରଦାସ୍ତ କରିବ ନାହଁ। ତେଣୁ କାଶୀପୁର ବ୍ଳକର ଆଭ୍ୟନ୍ତରଣୀୟ ମାମଲାରେ ମୁଣ୍ଡ ନ ପୁରାଇ ବ୍ଳକରୁ ଦୂରରେ ରୁହନ୍ତୁ ବୋଲି ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଳା ସଭାପତି ଶିବ ପଟ୍ଟନାୟକ ଓ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।