ମୋତେ କିଣିପାରିବା ଭଳି ଧନ ବିଜେପି ପାଖରେ ନାହିଁ: ପ୍ରକାଶ ରାଜ୍

ନୂଆଦିଲ୍ଲୀ: ମୋତେ କିଣିପାରିବା ଭଳି ଧନ ବିଜେପି ପାଖରେ ନାହିଁ। ଏଭଳି କହିଲେ ସାଉଥ୍ ଷ୍ଟାର ପ୍ରକାଶ ରାଜ୍। ସବୁବେଳେ ବିଜେପିକୁ ଟାର୍ଗେଟ କରିଆସୁଥିବା ପ୍ରକାଶ ରାଜ୍ ବିଜେପ‌ିରେ ଯୋଗ ଦେବାର ଖବର ଭାଇରାଲ ହେବା ପରେ ଏକ୍ସରେ ଏହି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ପ୍ରକାଶ। କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଥିଲା, ଯେଉଁଥିରେ ଲେଖାଯାଇଥିଲା ଯେ ଲୋକସଭା ନିର୍ବାଚନ ପୂର୍ବରୁ ଅଭିନେତା ପ୍ରକାଶ ରାଜ ବିଜେପିରେ ଯୋଗ ଦେବେଏହା ଦେଖି ଅଭିନେତା ନିଜେ ଏହି ଖବରକୁ ମିଛ ବୋଲି କହି ସ୍ପଷ୍ଟୀକରଣ ଦେଇଛନ୍ତି। ‘ସିଙ୍ଗହମ୍’ ଅଭିନେତା ପ୍ରକାଶ ରାଜ୍ ଏକ୍ସରେ ଲେଖିଛନ୍ତି ଯେ, “ମୋତେ ଲାଗୁଛି ସେମାନେ ଚେଷ୍ଟା କରିଥିବେ। ହେଲେ ପରେ ହୃଦୟଙ୍ଗମ କରିଥିବେ ଆଦର୍ଶଗତଭାବେ ମୋତେ କିଣିପାରିବା ଭଳି ଧନ ତାଙ୍କ ପାଖରେ ନାହିଁ। ନା କ’ଣ କହୁଛନ୍ତି ସାଙ୍ଗମାନେ।” ଏଭଳି ଲେଖି ସେ ହସିବା ଇମୋଜି ଦେଇଛନ୍ତି।

Spread the love