ବିଜେଡିର ପ୍ରାର୍ଥୀ ଘୋଷଣା: ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜୁ ଜନତା ଦଳ : ପ୍ରମିଳା

ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଶାସକ ଦଳ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ତେବେ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ନେତ୍ରୀ ଦମ୍ଭୋକ୍ତି ଦେଖାଇଛନ୍ତି । ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଝାରସୁଗୁଡାରେ ବିଜେଡି ୫୦ ହଜାରରୁ ଅଧିକ ଭୋଟରେ ଜିତିବ ।

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ କହିବା କଥା, ଦିପାଳୀ ଜଣେ ଉଚ୍ଚଶିକ୍ଷିତା ମହିଳା । ବିରୋଧୀଙ୍କ ଉପରେ ସେ ଭାରି ପଡିବେ । ଝାରସୁଗୁଡାରେ ଅନୁକମ୍ଫା ଫ୍ୟାକ୍ଟର କାମ କରିପାରେ । ତେବେ ବିଜେଡି କିନ୍ତୁ ଝାରସୁଗୁଡାରେ ୫୦ ହଜାରରୁ ଅଧିକ ଭୋଟରେ ଜିତିବ । ତେବେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଛନ୍ତି । ଯାହା ରଣନୀତି ପ୍ରସ୍ତୁତ ହେବ, ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ସେଇ ଅନୁସାରେ ବିଜେଡି ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନବ ଦାସଙ୍କ ହତ୍ୟାକାଣ୍ଡ ପରେ ଝାରସୁଗୁଡାରେ ଉପ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ମେ ୧୦ ତାରିଖରେ ପଡିବ ଉପ ନିର୍ବାଚନ ଭୋଟ୍ । ଯାହାର ଫଳାଫଳ ମେ ୧୩ ତାରିଖରେ ଆସିବ । ବିଜେଡି ଏଥିପାଇଁ ଆଜି ନିଜର ପ୍ରାର୍ଥୀ ଘୋଷଣା କରିଛି । ଏବେ ନଜର କାହାକୁ ପ୍ରାର୍ଥୀ କରୁଛନ୍ତି ବିଜେପି ଓ କଂଗ୍ରେସ ।

Spread the love