ଦୁବାଇ ପାରା ବ୍ୟାଡମିଣ୍ଟନ : ସ୍ବର୍ଣ୍ଣ ଜିତିଲେ ପ୍ରମୋଦ

ଭୁବନେଶ୍ବର : ଟୋକିଓ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ୟୁଏଇର ଦୁବାଇରେ ଆୟୋଜିତ ଦୁବାଇ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବିଶ୍ବର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଗତକାଲି ଖେଳାଯାଇଥିବା ଏସ୍‌ଏଲ-୩ ଏକକ ବର୍ଗ ଫାଇନାଲରେ ନିଜ ଦେଶର ନିତିଶ କୁମାରଙ୍କୁ ୧୯-୨୧, ୨୧-୧୭ ଓ ୨୧-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ରମୋଦ ପ୍ରଥମ ସେଟ୍‌କୁ ୧୯-୨୧ରେ ହାରି ଯାଇଥିବାବେଳେ ଦ୍ବିତୀୟ ସେଟ୍‌ରେ ପ୍ରତ୍ୟାବର୍ତ୍ତନ କରି ୨୧-୧୭ରେ ଜିତି ନେଇଥିଲେ।ଅନ୍ତିମ ସେଟ୍‌କୁ ପ୍ରମୋଦ ୨୧-୧୭ରେ ଜିତି ଚମ୍ପିଆନ ହୋଇଥିଲେ। ଏହି ଫାଇନାଲ ମ୍ୟାଚ ୧ ଘଣ୍ଟା ୧ ମିନିଟ ଧରି ଚାଲିଥିଲା। ଦୁବାଇ ପାରା ବ୍ୟାଡମିଣ୍ଟନ ଏକକ ବର୍ଗରେ ବିଜେତା ହେବା ନେଇ ବହୁତ ଖୁସି।

Spread the love