ସଭ୍ୟସଂଗ୍ରହ ଅଭିଯାନ : ଯାଜପୁର ଜିଲ୍ଲାରେ 5ଲକ୍ଷ

ବିଜେଡିର ସଭ୍ୟସଂଗ୍ରହ ଅଭିଯାନ ଯାଜପୁର ଜ଼ିଲ୍ଲାରେ 5ଲକ୍ଷ ସଭ୍ୟ ସଂଗ୍ରହ କରିବାକୁ ଅଣ୍ଟl ଭିଡ଼ିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ l ଏହି ଅନୁସାରେ ଆଜି ଯାଜପୁର ବିରଜା କଲ୍ୟାଣମଣ୍ଡପରେ ଯାଜପୁର ପୌର ପରିଷଦର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ) ଏହି ଅଭିଯାନରେ ସାମିଲ ହୋଇ ବିଜେଡି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି l ଏହି ଅବସରରେ ବିଭିନ୍ନ ୱlଡର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ବିଧାୟକ l ଏକ ହୋଇ କାମ କରିବା ସହ ଲୋକଙ୍କ ସୁଖଦୁଃଖର ସାଥି ହେବା ପରାମର୍ଶ ଦେଇଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ l ବିଜେଡି ଏକ କୋଟି ସଭ୍ୟ ସଂଗ୍ରହ କରିବାବୁ ଲକ୍ଷ ରଖିଛି l ବିଧାୟକ ପ୍ରଣବ ପ୍ରକାଶ ଦାସ ଯାଜପୁରର ସମସ୍ତ ବିଧାୟକଙ୍କ ସହ ମିଶି ଜିଲ୍ଲାରେ 5ଲକ୍ଷ ସଭ୍ୟ ସଂଗ୍ରହ କରିବା ପାଇଁ ପ୍ରୟାସ ଜାରିରଖିଛନ୍ତି l

Spread the love