ବବିଙ୍କ ମାଷ୍ଟରଷ୍ଟ୍ରୋକ

ଦଳରେ ବିଶୁଙ୍ଖଳାକୁ ବରଦାସ୍ତ କରାଯିବନି l  ନବୀନଙ୍କ ନିର୍ଦେଶରେ ଦଳ ଚାଲିଛି ଚାଲିବ l ଆମର ଜଣେ ନେତା ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆମ ଦଳର ସଭାପତି ନବୀନ ପଟ୍ଟନାୟକ l ଯେଉଁମାନେ ଦଳରେ ରହି ଗୋଷ୍ଠୀ କରିବେ ଓ ଦଳ ବିରୋଧୀ କାମ କରିବେ ସେମାନେ ଦଳରେ ରହିବେ ନାହିଁ l ମୟୁରଭଞ୍ଜ ପଯ୍ୟବେକ୍ଷକ ଦାୟିତ୍ୱ ନେଵା ପରେ ଜିଲ୍ଲାର କାଯ୍ୟକାରୀ ବୈଠକରେ କର୍ମୀମାନଙ୍କୁ ସିଧା ସିଧା ଶୁଣାଇଥିଲେ ପ୍ରଣବ ପ୍ରକାଶ ଦାସ (ବବି ) l ଆଉ ଏବେ ତାହା ବାସ୍ତବ ରୂପ ନେଇଛି l ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ସୁଜିତ ମହାନ୍ତି ନିଲମ୍ବିତ ହୋଇଛନ୍ତି | ଶ୍ରୀ ମହାନ୍ତିଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି |

ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଆୟୋଜିତ କର୍ମଶାଳାରେ ପର୍ଯ୍ୟବେକ୍ଷକ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ସଭ୍ୟ ସଂଗ୍ରହ ପ୍ରସଙ୍ଗରେ ଯୁକ୍ତିତର୍କ କରି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଥିବା କାରଣରୁ ଜିଲ୍ଲା ସଭାପତିଙ୍କ ସୁପାରିଶ କ୍ରମେ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ନିଲମ୍ବନ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି | ଯାହା ଏବେ ରାଜଧାନୀରୁ ମୟୁରଭଞ୍ଜ ଯାଏ ଚର୍ଚ୍ଚାର ବିଷୟ l କାରଣ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବବି ଜିଲ୍ଲା ଦାୟିତ୍ୱ ନେବା ଦିନ ବୈଠକରେ ଚେତାବନୀ ଦେଇଥିଲେ l ବବିଙ୍କ ଏପରି କଡା ଆଭିମୁଖ୍ୟ ମୟୁରଭଞ୍ଜ ବିଜେଡି ନେତାଙ୍କୁ ଚିନ୍ତାରେ ପକାଇଛି l

Spread the love