ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିରଜାପୀଠରେ ବବିଙ୍କ ଦୀପଦାନ…

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଓଡ଼ିଶାବାସୀଙ୍କ ସେହ୍ନ ଶ୍ରଦ୍ଦା ଓ ହୃଦୟ ଜିତି ଲଗାତର 5ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ । ଯାହା ଦେଶରେ ବିରଳ । 22ବର୍ଷ ତଳେ ଓଡ଼ିଶା ରାଜୀନୀତିରେ ପ୍ରବେଶ କରିଥିବା ନବୀନ ଆଜି ଯାଏ ଅପରାଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତାଭାବେ ଓଡ଼ିଶାରେ ନିରବଛିନ୍ନ ଶାସନ କରୁଛନ୍ତି । ଓଡ଼ିଶାର ଜନ ସାଧାରଣ ପ୍ରତିଥର ତାଙ୍କୁ ଅଧିକ ସମର୍ଥନ ଦେଇ ନିର୍ବାଚିତ କରୁଛନ୍ତି । ସେ ଓଡ଼ିଶାର ବିକାଶ ପୁରୁଷ ଭାବେ ବେଶ ପରିଚିତ । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ସେ ସବୁବେଳେ ପ୍ରଚେଷ୍ଟା ଜାରି ରଖିଛନ୍ତି ।

ତେଣୁ କୋଟିକୋଟି ଓଡ଼ିଆଙ୍କ ମନର ମଣିଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ 74 ତମ ଜନ୍ମଦିନ ଅବସରରେ ଯାଜପୁର ବିଧାୟକ ତଥା ନବୀନଙ୍କ ଅତି ବିଶ୍ୱସ୍ତ ପ୍ରଣବ ପ୍ରକାଶ ଦାସ(ବବି) ମା ବିରଜାଙ୍କ ପାଖରେ ଶୁଭମନାସିଛନ୍ତି । ସକାଳୁ ମା ବିରାଜଙ୍କ ପାଖରେ ନିଜର ହଜାର ହଜାର ସମର୍ଥକଙ୍କ ସହ ପ୍ରଣବ ନବୀନଙ୍କ ଦୀଘାୟୁ କାମନା କରିବା ସହ ନବୀଙ୍କ ଶୁଭମାନସି ସମୂଳ ଦୀପଦାନ କରିଛନ୍ତି ।

Spread the love