ବିଜେପିର ଅସଲ ଚେହେରା ଦେଖାଇ ଦେଇଛନ୍ତି ଜୟନାରାୟଣ ମିଶ୍ର: ପ୍ରଣବ ପ୍ରକାଶ ଦାସ

ଧନୁପାଲି ଥାନା ଆଇଆଇସି ଆରତୀ ପ୍ରଧାନଙ୍କୁ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଚାପୁଡ଼ା ମାରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏହା ବିଜେପିର ଅସଲ ଚେହେରା ବୋଲି ସେ କହିଛନ୍ତି। ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବା ବେଳେ ଏହା ହେଉଛି ଜୟନାରାୟଣ ମିଶ୍ରଙ୍କ ନାରୀଙ୍କ ପ୍ରତି ସମ୍ମାନ। ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାର ଏବଂ ବର୍ବରୋଚିତ ଶାରୀରିକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଜଣେ ନାରୀ ପ୍ରତି ଏଭଳି ଆକ୍ରମଣ ଅତ୍ୟନ୍ତ ଲଜ୍ୟାଜନକ। ଓ଼ଡିଶାବାସୀ କଦାପି ଏହାକୁ ଗ୍ରହଣ କରିବେ ନାହିଁ। ଏହା ସହ ଜୟନାରାୟଣ ମିଶ୍ରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବି କରିଛନ୍ତି।

Spread the love