ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ

ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ। ଜୀବନ ସାଥି ଭାବେ ତାଙ୍କର କଲେଜ ସମୟର ବାନ୍ଧବୀ ତଥା ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି । କଟକ ଜିଲ୍ଲା ନିଶ୍ଚିତକୋଇଲ ସାହାନିଆଜ୍ ପୁର ସ୍ଥିତ ନିଜ ବାସ ଭବନରେ ତାଙ୍କର ବିବାହ ଉତ୍ସବ ସମ୍ପର୍ଣ୍ଣ ହୋଇଛି। କୋଭିଡ଼ କଟକଣା  ଥିବାରୁ ଅଳ୍ପ ଲୋକଙ୍କ ଭିତରେ ନିଜର ବିବାହର ଅୟୋଜନ କରିଥିଲେ ପ୍ରଜ୍ଞା ।ବିବାହ କାର୍ଯ୍ୟକ୍ରମରେ  କେବଳ ନିଜର ବନ୍ଧୁବାନ୍ଧବଙ୍କ ଉପସ୍ଥିତି ଦେଖିବାକୁ ମଳିଥିଲା। ହାସ୍ୟ ଅଭିନେତା ଶଙ୍କରଙ୍କୁ ଛାଡିଦେଲେ କୌଣସି ଜଣେ ବି ଅଭିନେତାଙ୍କୁ ପ୍ରଜ୍ଞାଙ୍କ ବାହାଘରରେ ଦେଖିବାକୁ  ମିଳିନଥିଲା।

Spread the love