କୁବେର ପ୍ରଶାନ୍ତ ରାଉତଙ୍କ ସମ୍ପତ୍ତି : ଯେତେ ଖୋଜିଲେ ସେତେ ମିଳୁଛି; ଆଉ ୩ଟି ପ୍ଲଟ୍ ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର: ଯେତେ ଖୋଜିଲେ ସରୁନି କୁବେର ପ୍ରଶାନ୍ତ ରାଉତଙ୍କ ସମ୍ପତ୍ତି । ଏବେ ଆଉ ତିନୋଟି ପ୍ଲଟ ଠାବ କଲା ଭିଜିଲାନ୍ସ । ଭୁବନେଶ୍ୱରରେ ଗୋଟିଏ ଭଦ୍ରକରେ ଦୁଇଟି ବେନାମୀ ପ୍ଲଟ ଠାବ ହୋଇଛି । ୬ଟି ବେନାମୀ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ଟଙ୍କା ଥିବା ଜଣାପଡିଛି ।ସେପଟେ, କୋର୍ଟରେ ହାଜର ପରେ ଜେଲ ଗଲେ କୁବେର ପ୍ରଶାନ୍ତ ରାଉତ ।

ଆଜି ୫ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ଅଧିକ ରିମାଣ୍ଡରେ ନେଇନାହିଁ ଭିଜିଲାନ୍ସ । ଆସନ୍ତା ୭ର ପୁଣି ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ହାଜର ହେବେ ପ୍ରଶାନ୍ତ । ବେଆଇନ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ । ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ଘରୁ ନଗଦ ୩ କୋଟି ଟଂକା ଜବତ ହୋଇଥିଲା । ଆୟଠୁ ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ ପ୍ରଶାନ୍ତ ବୋଲି ଭିଜିଲାନ୍ସ କହିଛି ।

Spread the love