ହାଇଦ୍ରାବାଦ ଏନକାଉଣ୍ଟରକୁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥନ, ଓଡିଶାରେ କେବେ ?

ହାଇଦ୍ରାବାଦରେ ଆଜି ଭୋର ପୋଲିସ ଏନକାଉଣ୍ଟରରେ 4 ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମୃୟ୍ତୁ ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି । ହାଇଦ୍ରାବାଦ  ପୋଲିସର କାର୍ଯ୍ୟରେ ଖୁସି ବ୍ୟକ୍ତ କରିଛନ୍ତି ଓଡିଶାର ଆଇନ ମନ୍ତ୍ରୀ   ପ୍ରତାପ ଜେନା । ସେ କହିଛନ୍ତି ଦୋଷୀଙ୍କୁ ଉଚିତ ଦଣ୍ଡ ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଓଡିଶାରେ  ଘଟିଥିବା ହତ୍ୟା ଓ ଗଣ ଦୁଷ୍କର୍ମକାରୀଙ୍କୁ ଏପରି ଦଣ୍ଡ ମିଳିବ ତ ? ଆଇନ ମନ୍ତ୍ରୀ ପୀଡିତାଙ୍କୁ ନ୍ୟାୟ ଦେବେ ତ । ଓଡିଶାର ଦୋଷୀଙ୍କୁ ଏନକାଉଣ୍ଟର ହେବ ତ, ଏମିତି ବହୁତ ପ୍ରଶ୍ନ ଆଜି ଆଇନ ମନ୍ତ୍ରୀଙ୍କୁ ପୀଡିତା ପଚାରୁଛି ।

ଆଜି ହାଇଦ୍ରାବାଦରେ ଯେଉଁ ଏନକାଉଣ୍ଟର ହୋଇଛି ପୀଡ଼ିତାଙ୍କୁ ନ୍ୟାୟ ମିଳିଛି । କେବଳ କୋର୍ଟ ଉପରେ ନିର୍ଭର କରି ଦିନ ଗଡାଇବା ଅପେକ୍ଷା ସେମାନଙ୍କୁ କଠୋର ଦଣ୍ଡ ମିଳିବା ଦରକାର ଥିଲା । ସେମାନେ ବହୁତ ବଡ଼ ଦୋଷୀ ଥିଲେ । ତେଣୁ କୋଠର ଦଣ୍ଡର ଆବଶ୍ୟକତା ଥିଲା ବୋଲି କହି ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସମର୍ଥନ ଜଣାଇଛନ୍ତି  । ଏହା ସହ ସେ କହିଛନ୍ତି ଯେ, ଏନେଇ ମାନବାଧିକାର କମିଶନ ଓ ଅନ୍ୟ ବିଭାଗ କଣ କହିବେ ତାହା ଜାଣିନି କିନ୍ତୁ ଏହା ଠିକ ହୋଇଛି । ଏଭଳି ଅପରାଧ ବା ଗଣବଳାତ୍କାର ପାଇଁ ଅନ୍ୟ ଦେଶ ଗୁଡ଼ିକରେ କୋଠର ଦଣ୍ଡ ରହିଛି । କେଉଁଠି ଗୁଳି କରାଯାଉଛି ତ ଆଉ କେଉଁଠି ମୁଣ୍ଡ କାଟି ଦିଆଯାଉଛି । ଏଭଳି ଅପରାଧର ଦୋଷୀଙ୍କୁ ଉଚିତ ଶାସ୍ତି ଦେବା ପାଇଁ ଆମ ଦେଶରେ ମଧ୍ୟ କଠୋର ଆଇନ ହେବା ଦରକାର । ତେଣୁ ହାଇଦ୍ରାବାଦରେ ଠିକ ଘଟିଛି । ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ମିଳିଛି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଆଜି ଭୋରୁ ଜାତୀୟ ରାଜପଥ 44 ର ଚେତନାପାଲି ଓଭରବ୍ରିଜ ନିକଟରେ ପଶୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ  ଓ ହତ୍ୟା ହୋଇଥବା ସ୍ଥାନକୁ ଅଭିଯୁକ୍ତଙ୍କୁ ନେଇ ସ୍ପଟ ଇନକ୍ୱାରୀ ଓ ସ୍କ୍ରିନ ରିକିଏସନ ପାଇଁ ନିଆଯାଇଥିଲା । ସେହି ସମୟରେ ସେଠାରୁ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ ଦୌଡ଼ିବାକୁ ଇସାରା କରିଥିଲା । ସେହି ଇସାରା କ୍ରମେ ଅନ୍ୟ ଅଭିଯୁକ୍ତ ମଧ୍ୟ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିିଥିଲେ । ସେଠାରେ ପୋଲିସ ଅନ୍ୟ କିଛି ଉପାୟ ନ ପାଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚାଳନା କରିଥିଲା । କିନ୍ତୁ ଓଲଟି ଅଭିଯୁକ୍ତମାନେ ବନ୍ଧୁକ ଛଡ଼ାଇ ନେଇ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ସେମାନଙ୍କୁ ଧରିବା ଉଦ୍ୟମ ବିଫଳ ହେବାରୁ ପୋଲିସ ଏହାର କଡ଼ା ଜବାବ ଦେଇ ପାଲଟା ଗୁଳି ଚାଳନା କରିଥିଲା । ଫଳରେ ପୋଲିସ ଗୁଳିରେ ଘଟଣାସ୍ଥଳରେ ହିଁ 4 ଅଭିଯୁକ୍ତ ନିହତ ହୋଇଥିଲେ ।

Spread the love