ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହତ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହତ । ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଏବଂ ତାଙ୍କ ଡ୍ରାଇଭର୍‌ଙ୍କ ସହ ବ୍ୟକ୍ତିଗତ ପିଏ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥର ପୁଡ଼ାଶୁଳ ଛକ ନିକଟରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ମଲିଆଣି ପଟରୁ ଆସୁଥିବା ଏକ ଟ୍ରାକ୍ଟର ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହେବା ଫଳରେ ମନ୍ତ୍ରୀ ସାମାନ୍ୟ ଆହାତ ହୋଇଥିବା ଜଣାପଡ଼ିଛି । ଏଥିରେ ତାଙ୍କ ପିଏ, ପିଏସ୍‌ଓ ଏବଂ ଡ୍ରାଇଭର୍‌ ମଧ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି । ପାଇଲଟ ଗାଡି ନଥିବା ବେଳେ କେସିପୁର ପଂଚାୟତ ବଢ଼େଇପଲା ଗାଁକୁ ଜଣେ ପରିବାରକୁ କେନ୍ଦ୍ରମନ୍ତ୍ରୀ ସହାୟତା ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

Spread the love