ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ, ନଥିଲେ ଡାକ୍ତର

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ନୀଳଗିରିରେ ସରକାରୀ ସ୍ୱାସ୍ଥ୍ୟସେବା ତଦାରଖ କରିଛନ୍ତି। ଆଜି ସକାଳେ ଶ୍ରୀ ଷଡ଼ଙ୍ଗୀ ହଠାତ୍‌ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଛନ୍ତି। ତେବେ ଡାକ୍ତରଖାନାରେ ସେ ପହଞ୍ଚିବାବେଳେ ଡାକ୍ତର ନ ଥିବା ଦେଖିବାକୁ ପାଇଥିଲେ।

ଏହାସହ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ହେଉଥିବା ନେଇ ତାଙ୍କ ପାଖରେ ଅଭିଯୋଗ ହୋଇଥିଲା। ଡାକ୍ତରଙ୍କ ପାଇଁ ସରକାରୀ କ୍ୱାର୍ଟର୍ସ ଥିବାବେଳେ, ଏଠାରେ ଡାକ୍ତର ରହୁନଥିବା ଜାଣିବାକୁ ପାଇଥିଲେ। ତେବେ ଏଭଳି ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

Spread the love