ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି, ଜାନୁଆରୀ ୧୭ ଯାଏଁ ହାଇକୋର୍ଟ ବଢାଇଲେ ଅନ୍ତରୀଣ ସୁରକ୍ଷା

ମାହାଙ୍ଗା ଡର୍ବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି । ହାଇକୋର୍ଟ ବଢ଼ାଇଲେ ଅନ୍ତରୀଣ ସୁରକ୍ଷା ଅବଧି । । ଆଜି ଯାଏଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥଲେ ହାଇକୋର୍ଟ । ଏବେ ଆସନ୍ତା ଜାନୁୟାରୀ ୧୭ ତାରିଖ ଯାଏଁ ବଢ଼ିଲା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା । ଆସନ୍ତା ୧୭ ଜାନୁୟାରୀରେ ଏହି ମାମଲାର ପରବର୍ତୀ ଶୁଣାଣି ହେବ ।ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ତାଙ୍କ ନିଜ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆସନ୍ତା ୧୭ ଜାନୁୟାରୀ ଯାଏଁ ବିଧାୟକଙ୍କ ବିରୁଦ୍ଧରେ ଏହି ମାମଲାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ । ଆଇନଜୀବୀ ଡିପି ଧଳ ଓ ଅଂଶୁମାନ ରାୟ ବିଧାୟକଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ।

Spread the love