ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ବିନିକା, ୨୬|୧୨ :  ରବିବାର ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ l ଏଥି ପାଇଁ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ ସାରା ରାଜ୍ୟରେ କରଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଟାଉନହଲ ଠାରେ ବିଜେଡ଼ି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଯୋଜନା ସମନ୍ଵୟ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଭିଭାଷଣ ଦେଇଛନ୍ତି l ବିଜେଡ଼ି କର୍ମୀମାନେ ବିନିକା ସହରର ମହାନଦୀ ବ୍ରିଜ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଟାଉନ ହଲ ଠାରେ ପହଞ୍ଚି ପ୍ରଥମେ  ଓଡିଶା ମୋ ପରିବାର ଏବଂ ବିଜୁ ଜନତା ଦଳ ଯୁବ ଓ ଛାତ୍ର ମିଳିତ ଆନୁକୁଲ୍ୟରେ ହେଉଥିବ ରକ୍ତଦାନ ଶିବିରକୁ ମନ୍ତ୍ରୀ ପଦ୍ମନାଭ ବେହେରା ଫିତା କାଟି ଶୁଭ ଉଦଘାଟନ କରିଥିଲେ l ବିନିକା ସହର ଟାଉନ ହଲ ଠାରେ ଚାଲିଥିବ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସରେ ଅଞ୍ଚଳର ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ l

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ କିପରି ଦଳକୁ ଆହୁରି ସୃଦୃଢ଼ କରିହେବ ସେନେଇ ଦଳ ଏଜେଣ୍ଡା ପ୍ରସ୍ତୁତ କରିଛି । କିପରି ଅଧିକ ଭୋଟରେ ଦଳ ବିଜୟୀ ହେବ ସେ ଉପରେ ଗୁରୁତ୍ଵ ଦେବା ସହ ରାଜ୍ୟ ସରକାରଙ୍କ ସମସ୍ତ ଜନ ହିତକର କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ଗୁରୁତ୍ଵ ଦିଆଯିବ ବୋଲି ଦଳର ବରିଷ୍ଠ ନେତା କହିଛନ୍ତି l

Spread the love