ମୋ ଜୀବନ ରଖିଦେଲେ ଅରିନ୍ଦମ୍ ଭାଇକୁ ନେଇଗଲେ ଭଗବାନ : ପ୍ରଭାତ

ସୁସ୍ଥ ହୋଇ ଘରକୁ ଫେରିଲେ ମୁଣ୍ଡଳୀ ବୋଟ ଟ୍ରାଜେଡି ଘଟଣାର ଭିଡିଓଗ୍ରାଫର ପ୍ରଭାତ ସିହ୍ନା । ଗତ ୨୪ ତାରିଖରେ କଟକ ମୁଣ୍ଡଳୀରେ ହାତୀକୁ ଉଦ୍ଧାର ବେଳେ ଓଡ୍ରାଫ ବୋଟ୍‌ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଉଦ୍ଧାର ଭିଡିଓଗ୍ରାଫର ପ୍ରଭାତ ସିହ୍ନା କଟକ ଏସସିବିରେ ଭର୍ତ୍ତି ହୋଇଥିଲେ । ପ୍ରଭାତ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଅନ୍ୟ ଦୁଇ ଓଡ୍ରାଫ କର୍ମଚାରୀ ମଧ୍ୟ ସୁସ୍ଥ ଥିବା ସେ କହିଛନ୍ତି । ସେମାନଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା ଚାଲିଛି। ଦିନେ ଦୁଇଦିନ ମଧ୍ୟରେ ଡିସଚାର୍ଜ କରାଯିବ । ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ପ୍ରଭାତ ସିହ୍ନା କହିଛନ୍ତି, ଭଗବାନଙ୍କ ଆଶୀର୍ବାଦ ଓ ଲୋକଙ୍କ ଭଲ ପାଇବା ଯୋଗୁଁ ନୂଆ ଜୀବନ ପାଇଛି। ଏଭଳି ଅଘଟଣ ଘଟିବ ବୋଲି ଆମେ କଳ୍ପନା କରିନଥିଲୁ ବୋଲି ସେ କହିଛନ୍ତି।

Spread the love