ସମରେ  ସ୍ୱାସ୍ଥ୍ୟ ପରୀକ୍ଷଣ କ୍ଷେତ୍ରରେ ଏଆଇ ଓ ଟେକ୍ନୋଲଜିକାଲ୍ ଆଡଭାନ୍‌ସେସ୍ ସମ୍ପର୍କିତ ସମ୍ମିଳନୀ ପୂର୍ବ-କର୍ମଶାଳା ଆୟୋଜିତ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବା ଏବଂ ପରୀକ୍ଷଣ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଓ ଟେକ୍ନୋଲଜିକାଲ୍ ଆଡଭାନ୍‌ସେସ୍‌ର ବ୍ୟବହାର ସମ୍ପର୍କରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲରେ ଏକ ସମ୍ମିଳନୀ ପୂର୍ବ-କର୍ମଶାଳା ଶନିବାର ଆୟୋଜିତ ହୋଇଯାଇଛି ।
କନ୍‌ସୋରଟିୟମ୍ ଅଫ ଆକ୍ରେଡିଟେଡ୍ ହେଲ୍‌ଥ କେୟାର ଅର୍ଗାନାଇଜେସନ୍ (କାହୋ) ଏବଂ ସମ ହସ୍ପିଟାଲ୍‌ର ମିଳିତ ସହଯୋଗରେ ଏହି ସମ୍ମିଳନୀ ପୂର୍ବ-କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କାହୋର ଅଧ୍ୟକ୍ଷା ଡାକ୍ତର ଅପର୍ଣ୍ଣା ଜୟରାମ ଯୋଗ ଦେଇ ଏଆଇ ଏବଂ ଟେକ୍ନୋଲଜିକାଲ୍ ଆଡଭାନ୍‌ସେସ୍ ସ୍ୱାସ୍ଥ୍ୟ ସେବାର ଭବିଷ୍ୟତ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ସମ୍ ସେଂଟ୍ରାଲ ଲ୍ୟାବର ନିର୍ଦ୍ଦେଶିକା ପ୍ରଫେସର ରାଜଶ୍ରୀ ପାଣିଗ୍ରାହୀ, ଯୁଗ୍ମ ନିର୍ଦ୍ଦେଶିକା ପ୍ରଫେସର ବ୍ରତତୀ ସିଂ ଏବଂ ମାଇକ୍ରୋବାୟୋଲଜି ବିଭାଗର ମୁଖ୍ୟ ଡାକ୍ତର କୁନ୍ଦନ ଶାହା ଯୋଗ ଦେଇ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଓ ଟେକ୍ନୋଲଜିକାଲ୍ ଆଡଭାନ୍‌ସେସ୍‌ର ବ୍ୟବହାର ଉପରେ ଗୁରୁ୍‌ତ୍ୱ ଦେଇଥିଲେ । କାର୍ଯ୍ୟକ୍ରମକୁ ହସ୍ପିଟାଲ୍‌ର କ୍ୱାଲିଟି ବିଭାଗର ମୁଖ୍ୟ ପ୍ରଫେସର ଅରୋଲିପି ଦାସ ପରିଚାଳନା କରିଥିଲେ ।

Spread the love