ଅଧା ପ୍ରସବ ବେଳେ ଶିଶୁ ମୃତ୍ୟୁ…

କୋଉ ଉପାନ୍ତ, ଅପନ୍ତରା ଅଞ୍ଚଳ ନୁହେଁ ,ଉପକୂଳ ଓଡ଼ିଶାରେ ବି ଜନନୀ ଯନ୍ତ୍ରଣାର ଭୟଙ୍କର ଚିତ୍ର। ଡାକ୍ତରଖାନା ବନ୍ଦ ଥିବାରୁ ସେବା ନପାଇ ଡାକ୍ତରଖାନା ପରିସରରେ ଜଣେ ମହିଳା ସନ୍ତାନ ପ୍ରସବ କରିବା ଏବଂ ଚିକିତ୍ସା ନପାଇ ଶିଶୁଟିର ମୃତ୍ୟୁ ହେବା ଘଟଣା ଆଲୋଡନ ସୃଷ୍ଟି କରିଛି। କଟକ ଆଠଗଡ଼ ଅଞ୍ଚଳରେ ଆଜି ସାମ୍ନାକୁ ଆସିଛି ଏମିତି ଚିତ୍ର l

ଏଇ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ।  କଟକ ସିଡିଏମ ଆଣ୍ଡ ପିଏଚ୍ଓଙ୍କୁ ତଦନ୍ତ କରି ୩ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଆଜି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁଡିଝାଟିଆ ହସ୍ପିଟାଲ୍ ପରିଦର୍ଶନ କରିଥିଲେ।  ହସ୍ପିଟାଲରେ ତାଲା ପଡ଼ିବା ଏବଂ କୌଣସି ଜଣେ ବି କର୍ମଚାରୀ ନରହିବାରୁ ଏଭଳି ଘଟଣା ଘଟିବା ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି।

Spread the love