ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ରାତି ପାହିଲେ ମହାଶିବରାତ୍ରି । ଏଥିପାଇଁ ଚଳଚଞ୍ଚଳ ଚାନ୍ଦବାଲିର ବାବା ଆଖଣ୍ଡଳମଣୀଙ୍କ ପ୍ରସିଦ୍ଧ ଶୈବପୀଠ । ଆଜି ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେବା ସହ ଦିଗମ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଦେବଦେବ ମହାଦେବ । ଚଳିତ ବର୍ଷ ଜାଗରରେ ପ୍ରାୟ ୨ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ଫୋର୍ସ ମୁତୟନ କରାଯିବା ସହ ବୈତରଣୀ ଓ ସାଳନ୍ଦୀ ନଦୀରେ ପଇଁତରା ମାରିବେ ଓଡ୍ରାଫ୍ ଟିମ୍ । ଆସନ୍ତାକାଲି ଭୋର ୪ଟାରୁ ହେବ ମଙ୍ଗଳା ଆଳତି । ସକାଳ ୫ଟାରୁ ରାତି ୧୧ଟା ଯାଏ ଚାଲିବ ସାଧାରଣ ଦର୍ଶନ । ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହେବା ସହ ରାତି ୨ଟାରେ ଉଠିବ ମହାଦୀପ । ମାର୍ଚ୍ଚ ୮ରୁ ୧୦ ତାରିଖ ଯାଏ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ମଧ୍ୟ ଜାଗର ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ । ଏଠାରେ ମହାଦୀପ ନିର୍ଦ୍ଧାରିତ ରାତି ୧୦ଟାରେ ଉଠିବ ବୋଲି ସୂଚନା ଦିଆଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଜାଗର ଦୀପ ପ୍ରଜ୍ୱଳନ ପାଇଁ ମନ୍ଦିର ପ୍ରାଙ୍ଗଣରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Spread the love