ଏପ୍ରିଲ୍‌ ୧୩ରୁ ଆଲିଆ-ରଣବୀରଙ୍କ ବିବାହର ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ : ଚାରି ବର୍ଷ ଧରି ଡେଟିଂ ପରେ ପରସ୍ପରକୁ ବୁଝିବ ଓ ଭଲ ପାଇବା ପରେ ବର୍ତ୍ତମାନ ବଲିଉଡର ଅନ୍ୟତମ ପ୍ରସିଦ୍ଧ ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।  ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭଟ୍ଟ ପରିବାର ଏବଂ କପୁର ପରିବାରରେ ଶାହନାଇ ବାଜିବା ପାଇଁ ସମସ୍ତ ପ୍ରସ୍ତୁତି ଚଲାଇଛନ୍ତି।  ବିବାହ ତାରିଖ, ବିବାହ ସ୍ଥାନ ସବୁକିଛି ସ୍ଥିର ହୋଇ ସାରିଛି। ଏପ୍ରିଲ ୧୩ରୁ ବିବାହ ରୀତିନୀତି ଆରମ୍ଭ ହେବ। ଯେଉଁଥିପାଇଁ ସମସ୍ତ ଦାୟିତ୍ୱ ବିବାହ ଯୋଜନାକାରୀଙ୍କୁ ଦିଆଯାଇଛି। ବିବାହର ପୂର୍ବ ଦିନରୁ ତଥା ଏପ୍ରିଲ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୧୬ ପର୍ଯ୍ୟନ୍ତ ଚାଲିବ ଏବଂ ଏପ୍ରିଲ ୧୭ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ଉଭୟ ପରିବାର ଏହି କାର୍ଯ୍ୟକୁ ପରିବାରରେ ସୀମିତ ରଖିବାକୁ ଚାହାଁନ୍ତି। ତେଣୁ ପରିବାର ସଦସ୍ୟ ଏବଂ ଆଲିଆ-ରଣବୀରର ଘନିଷ୍ଠ ବ୍ୟକ୍ତି ସମସ୍ତ ସଂଗୀତ- ମେହେନ୍ଦି ଏବଂ ହଲଦୀ ରୀତିନୀତିରେ ଅଂଶଗ୍ରହଣ କରିପାରିବେ। ଏହା ବ୍ୟତୀତ ମନୀଷ ମଲହୋତ୍ରା ଓ ସବ୍ୟସାଚୀଙ୍କ ଡିଜାଇନ୍‌ର ଲେହେଙ୍ଗା ପିନ୍ଧିବେ । ଏହି ସମସ୍ତ ସମାରୋହ ଆର.କେ ହାଉସରେ ଅନୁଷ୍ଠିତ ହେବ।ଏହା ବ୍ୟତୀତ ଏହି ସମୟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସହ ଆଉ ଏକ ଖବର ସାମ୍ନାକୁ ଆସୁଛି। ପୂର୍ବରୁ ଖବର ଆସିଥିଲା ​​ଯେ ଉଭୟ ବିବାହ ପରେ ତୁରନ୍ତ ସେମାନଙ୍କର ନୂଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବେ ଏବଂ ଏହି କାରଣରୁ ଉଭୟ ହନିମୁନ୍‌ରେ ଯାଇ ପାରିବେ ନାହିଁ। ଏବେ ଶୁଣିବାକୁ ମିଳୁଛି ଯେ ଏହି ଦମ୍ପତି ସ୍ୱିଜରଲ୍ୟାଣ୍ଡରେ ହନିମୁନ୍‌ ଯିବେ।

Spread the love