ବାରବାଟୀ ମ୍ଯାଚ ପାଇଁ ତୟାରୀ ଜୋରଦାର, ଡିସେମ୍ବର ୯ରେ ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି

କଟକ : ବାରବାଟୀ ମ୍ଯାଚ ପାଇଁ ତୟାରୀ ଜୋରଦାର। ଡିସେମ୍ବର ୯ରେ ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମୁକାବିଲା। ମ୍ଯାଚ ସୁରୁଖୁରୁରେ ସଂପାଦନ ନେଇ ଆଶା ରଖିଛି ଓଡ଼ିଶା କ୍ରିକେଟ ଆସୋସିଏସନ। ପ୍ରତି ଦୁଇ ବର୍ଷରେ OCAକୁ ଗୋଟିଏ ଆନ୍ତର୍ଜାତିକ ମ୍ୟାଚ ଆସିଥାଏ। କିନ୍ତୁ ଚଳିତ ବର୍ଷରେ ଦୁଇଟି ଆନ୍ତର୍ଜାତିକ ମ୍ୟାଚ ଆସିଥିବାରୁ ଡିସେମ୍ବର ୯ ମ୍ୟାଚକୁ ନେଇ ବେଶ ଆଶାବାଦୀ ରହିଛି ଓସିଏ।

ଡିସେମ୍ବର ୧ ରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଳବ୍ ମାନଙ୍କୁ ଅଫଲାଇନ୍ ଜରିଆରେ ଷ୍ଟାଡିୟମ ପରିସରରେ ଟିକେଟ ବିକ୍ରି କରାଯିବ। ଡିସେମ୍ବର ୫ ତାରିଖରେ ସର୍ବସାଧାରଣଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ମୋଟ ୬ ଟି ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି ହେବ ବୋଲି କହିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୪୪ହଜାର ଥିବାବେଳେ ଚଳିତ ମ୍ୟାଚରେ ୪ରୁ ୫ ହଜାର ସିଟ କମାଯିବ ବୋଲି ସେ କହିଛନ୍ତି।

Spread the love