ପ୍ରେସର କୁକରରେ ତିଆରି ଭାତ ବଢାଏ ନାହିଁ ଓଜନ, ଜାଣନ୍ତୁ ଆଉ କ’ଣ ମିଳେ ଫାଇଦା

ଚାଉଳରେ ଥିବା ଅନେକ ଗୁଣ ଯୋଗୁଁ ଅଧିକାଂଶ ଲୋକ ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିଥାନ୍ତି। ଆଉ ଏହାକୁ ରାନ୍ଧିବା ପାଇଁ ଅଧିକ ସମୟ ସହିତ ଅଧିକ ଗ୍ୟାସ ମଧ୍ୟ ସରିଥାଏ। ଯଦି ଆପଣ ଏପରି ଝିନଝଟରୁ ମୁକ୍ତି ପାଇବାକୁ ଚାହାନ୍ତି, ତେବେ ଆପଣ ଚାଉଳକୁ ପ୍ରେସର କୁକରରେ ରାନ୍ଧିପାରିବେ। ଚାଉଳକୁ ପ୍ରେସର କୁକରରେ ରାନ୍ଧିବା ଅଧିକ ଫାଇଦାଯୁକ୍ତ ହୋଇଥାଏ। ତେବେ କିଛି ଲୋକ ପ୍ରେସର କୁକରରେ ଚାଉଳକୁ ରାନ୍ଧି ଖାଇବାକୁ ଭଲ ପାଉଥିବା ବେଳେ ଆଉ କେତେକ ଏହାକୁ ଷ୍ଟିମ କରି କିମ୍ବା ହାଣ୍ଡିରେ ରାନ୍ଧି ଖାଇବାକୁ ପସନ୍ଦ କରନ୍ତି।

କିନ୍ତୁ ପ୍ରେସର କୁକରରେ ଚାଉଳକୁ ରାନ୍ଧି ଖାଇବା ଦ୍ୱାରା ସ୍ୱାଦ ଏବଂ ଟେକ୍ସଚର ମଧ୍ୟ ଅଧିକ ଭଲ ଲାଗିଥାଏ। କିନ୍ତୁ କୁହାଯାଏ ଷ୍ଟିମ୍‌ ଭାତ ଖାଇବା ଦ୍ୱାରା ଅଧିକ ସୁସ୍ଥକର ହୋଇଥାଏ। ଏପରି ଭାରତରେ ଷ୍ଟାର୍ଚ ଅଧିକ ମାତ୍ରାରେ ରହିଥାଏ। ଯେଉଁଥିରେ ଫ୍ୟାଟ୍‌ କମ୍‌ ରହିଥାଏ ଆଉ ଓଜନ ବଢିନଥାଏ। କିନ୍ତୁ ଏକ୍ସପର୍ଟଙ୍କ କହିବାନୁଯାୟୀ, ଷ୍ଟାର୍ଚ ସହିତ ଷ୍ଟିମ୍‌ କରି ଚାଉଳକୁ ଖାଇବା ଦ୍ୱାରା ଏଥିରେ ଥିବା କାର୍ବୋହାଇଡ୍ରେଟ୍‌ ଏବଂ ପ୍ରୋଟିନ ମଧ୍ୟ ଶେଷ ହୋଇଯାଏ।

ପ୍ରେସର କୁକରରେ ଚାଉଳକୁ ରାନ୍ଧିବା ସମୟରେ ହାଇ ପ୍ରେସର ଏବଂ ହିଟ୍‌ ଅନେକ ପ୍ରକାର ଫାଇଦାଯୁକ୍ତ ହୋଇଥାଏ। ଚାଉଳକୁ ଯଦି ଅନ୍ୟ ପ୍ରକାରେ ହାଣ୍ଡିରେ କିମ୍ବା ଷ୍ଟିମ୍‌ କରି ଖାଆନ୍ତି, ତେବେ ଏତେ ଫାଇଦା ମିଳିନଥାଏ। ପ୍ରେସର କୁକରରେ ରନ୍ଧା ହୋଇଥିବା ଚାଉଳ ପୋଷଣରେ ଭରପୁର ହୋଇଥାଏ। ଆଉ ଡାଇଜେସନ ପାଇଁ ଭଲ ହୋଇଥାଏ।

ଏଥିରେ ଥିବା ମାକ୍ରୋନ୍ୟୁଟ୍ରିଏଣ୍ଟନ ଭଳି ପ୍ରୋଟିନ, ଷ୍ଟାର୍ଚ ଏବଂ ଫାଇବର ଗୁଣ ହାଇହିଟ୍‌ ପରେ ଅଧିକ ବଢିଯାଏ। ଏମିତି ଚାଉଳ ଆପଣଙ୍କୁ ଖୁବ୍‌ ଅଧିକ ନ୍ୟୁଟ୍ରିସନାଲ ବେନିଫିଟସ ଦେଇଥାଏ। ହାଇ ପ୍ରେସର ଯୋଗୁଁ ଅନେକ ପ୍ରକାର ବ୍ୟାକ୍ଟେରିଆ ଏବଂ ଫୁଙ୍ଗି ମଧ୍ୟ ଶେଷ ହୋଇଯାଏ। ଷ୍ଟିମ କିମ୍ବା ହାଣ୍ଡିରେ ଫୁଟାଇ ଚାଉଳକୁ ରାନ୍ଧିଲେ ଏମିତି ଫାଇଦା ମିଳିନଥାଏ।

ପ୍ରେସର କୁକରରେ ରାନ୍ଧି ଖାଇବା ଦ୍ୱାରା ସମୟ ବଞ୍ଚିଥାଏ। ଆଉ ଗ୍ୟାସ୍‌ ମଧ୍ୟ। ଏହାଠାରୁ ଅଧିକ ଫାଇଦା ଆଉ କ’ଣ ବା ହୋଇପାରେ।

Spread the love