ପ୍ରତିରକ୍ଷା ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଡେସ୍କ: ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ୨୦୨୨ ମସିହା ପାଇଁ ଏକ ଭବ୍ୟ ସମାରୋହରେ ସେନାଧ୍ୟକ୍ଷ ମନୋଜ ପାଣ୍ଡେଙ୍କୁ ପରମ ବିଶିଷ୍ଟ ସେବା ପଦକ ଏବଂ  ପ୍ରତିରକ୍ଷା ସାହସିକତା  ପୁରସ୍କାର ପ୍ରଦାନ କରିଛନ୍ତି।  ସେହିପରି କ୍ୟାପଟେନ୍‍ ଆଶୁତୋଷ କୁମାରଙ୍କୁ ମରଣୋତ୍ତର ଭାବେ ସୌର୍ଯ୍ୟଚକ୍ର ପୁରସ୍କାର ପ୍ରଦାନ କରାଯାଇଛି। ସେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂଘର୍ଷରେ ସହିଦ୍‍ ହୋଇଥିଲେ।ଲେଫ୍ଟନାଣ୍ଟ ଜେନେରାଲ ଜୟ ସିଂହ ନେନା, ସଂଜୀବ ରାୟ, ମାଣିକ କୁମାର ଦାସ, ନନ୍ଦ କିଶୋର ସାହୁ, ଯୋଗେଶ କୁମାର ଯୋଶୀ, ଅନନ୍ତ ପ୍ରସାଦ ସିଂହ, ରାକେଶ କୁମାର ଆନନ୍ଦ, କୱଲ ଜୀତ ସିଂହ ଧିଲୋ, ଦେବେନ୍ଦ୍ର ପ୍ରତାପ ପାଣ୍ଡେ, ରବୀନ ଖୋସଲା, ଏୟାର ମାର୍ଶାଲ ଶଶିକର ଚୌଧୁରୀ, ମାନବେନ୍ଦ୍ର ସିଂହ, ସନ୍ଦୀପ ସିଂହ, ଅମିତ ଦେବ ଓ ଭାଇସ ଆଡ଼ମିରାଲ ରବନୀତ ସିଂହଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି।

ସେହିପରି ଏୟାର ମାର୍ଶାଲ ବିକ୍ରମ ସିଂହ, ଅବିନାଶ ଗୋପାଳ କ୍ଷୀରସାଗର, ଆଲୋକ ସିଂହ, ରବି ଗୋପାଳ କୃଷ୍ଣ, ନର୍ମଦେ ତିୱାରୀ, ଚକଲେଇଲ ରାଜପ୍ପା ମୋହନ, ଲେଫ୍ଟନାଣ୍ଟ ଜେନେରାଲ ରାଜେନ୍ଦ୍ର କୁମାର ବଂଶୀୱାଲ, ରାଜ କୁମାର ଶର୍ମା, ପ୍ରେମ ପ୍ରସାଦ ମାଲହୋତ୍ରା, ଅଜୟ କୁମାର ସିଂହ, କରଣବୀର ସିଂହ ବ୍ରାର, ସୁବ୍ରମଣିଅନ ମୋହନ, ଧୀରଜ ସେଠ, ଭାଇସ ଆଡ଼ମିରାଲ ତରୁଣ ସୋବତି, ଅଜୟ କୋଚର, ମେଜର ଜେନେରାଲ ହରିହରନ ଧର୍ମରାଜନ, ଅନିଲ କୁମାର କାଶିଦ, ସଂଜୀବ କୁମାର ସେଙ୍ଗର, ରଶିମ ବାଲି, ହରଜୀତ ସିଂହ ସାହୀ ଓ ନୁଦୁରୁପତି ଦୁର୍ଗା ପ୍ରସାଦ, ରିଅର ଆଡ଼ମିରାଲ ଜି କେ ହରିଶ, ବି ଶିବ କୁମାର ଓ ବିମଲ ଗୋସ୍ୱାମୀଙ୍କୁ ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଛି।

ମରଣୋତ୍ତର ଭାବେ ସୌର୍ଯ୍ୟ ଚକ୍ର ସମ୍ମାନ ହାବିଲଦାର ଅନିଲ କୁମାର ତୋମାର, ହାବିଲଦାର ପିଙ୍କୁ କୁମାର, ହାବିଲଦାର କାଶୀରାୟ ବାମନଲି, ନାଏବ ସୁବେଦାର ଶ୍ରୀଜିଥ ଏମ ଓ ସିପାହୀ ମାରୁପ୍ରଲୁ ଯଶବନ୍ତ କୁମାର ରେଡ୍ଡୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ମେଜର ଅରୁଣ କୁମାର ପାଣ୍ଡେ, ମେଜର ରବି କୁମାର ଚୌଧରି, ସିପାହୀ ନୀରଜ ଆହ୍ଲବତ, ରାଇଫଲ ମ୍ୟାନ ମୁକେଶ କୁମାର ଓ ରାକେଶ ଶର୍ମା, ଗ୍ରୁପ କ୍ୟାପଟେନ ପରମିନ୍ଦର ଅଂତୀଲ ଓ ଫ୍ଲାଇଙ୍ଗ କ୍ୟାପଟେନ ବିକାଶ ଖତରୀଙ୍କୁ ମଧ୍ୟ ସୌର୍ଯ୍ୟ ଚକ୍ରରେ ସମ୍ମାନ କରାଯାଇଛି। ଏଥିସହିତ ଲେଫ୍ଟନାଣ୍ଟ ଜେନେରାଲ ଜନସନ ପି ମାଥିୟୁ ଓ ଗୋପାଳକୃଷ୍ଣ ମେନନଙ୍କୁ ଉତ୍ତମ ଯୁଦ୍ଧ ସେବା ପଦକ ପ୍ରଦାନ କରାଯାଇଛି।

ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମାରୋହରେ ଯୋଗ ଦେଇଥିଲେ।

Spread the love