ଆଜି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

 

 

ଏହାପରେ ୨.୫୫ ମିନିଟରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ। ତାଳବଣିଆ ହେଲିପ୍ୟାଡ୍‌ରେ ୩.୨୫ ମିନିଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର କାରକେଡରେ ପୁରୀ ରାଜଭବନରେ ପହଞ୍ଚିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଛି। ତାଙ୍କ ରହଣି ସମୟରେ ୩ଟି ଡାକ୍ତରୀ ଦଳ ସେବାରେ ନିୟୋଜିତ ରହିବେ। ଏହି ଦଳରେ ଶଲ୍ୟ, ନିଶ୍ଚେତକ, ଭେଷକ ବିଶେଷଜ୍ଞଙ୍କ ସହିତ ଜଣେ ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ଏବଂ ଲାବ୍‌ ଟେକ୍‌ନିସିଆନ ରହିବେ। ରାଷ୍ଟ୍ରପତିଙ୍କ ପୁରୀଗସ୍ତକୁ ଦୃଷ୍ଟିରେ ରଖି ପୁରୀ ରାଜଭବନ ସମେତ ତାଳବଣିଆ ହେଲିପ୍ୟାଡ, ଶ୍ରୀମନ୍ଦିର, ଚୈତନ୍ୟ ଗୌଡୀୟମଠ ଏବଂ ଶରଧାବାଲିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୪୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ୨୦୦ ପୁଲିସ ଅଧିକାରୀ, ସ୍ବତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ, ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ଗୁଇନ୍ଦା କର୍ମଚାରୀଙ୍କୁ ସହରର ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।ଖାଦ୍ୟ ଯାଞ୍ଚ ଦିଗରେ ଯେଉଁ ଦଳ ରହିଛି ସେହି ଦଳରେ ଖାଦ୍ୟ ନିରୀକ୍ଷକଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ରହିବେ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି।
ଅପରାହ୍ଣ ୫ଟାରେ ଶ୍ରୀମନ୍ଦିରକୁ ଯିବେ। ସିଂହଦ୍ବାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତି ଦମ୍ପତିଙ୍କୁ ସ୍ବାଗତ କରାଯିବ। ଗର୍ଭଗୃହ ଭିତରକୁ ଯାଇ ଶ୍ରୀ କୋବିନ୍ଦ ଦାରୁବ୍ରହ୍ମଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ। ଏହାପରେ ସେ ମୁକ୍ତିମଣ୍ଡପ, ବିମଳା ମନ୍ଦିର ଏବଂ ମହାଲକ୍ଷ୍ମୀ ମନ୍ଦିରକୁ ଯାଇ ଦର୍ଶନ କରିବେ। ରବିବାର ଦିନ ୧୨ଟା ୫ରେ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡରୁ ହେଲିକପ୍ଟର ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଯିବେ। ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

 

 

Spread the love