ଆଜି ଶିମିଳିପାଳ ବୁଲି ଦେଖିବେ ରାଷ୍ଟ୍ରପତି

ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶିମିଳିପାଳର ପ୍ରାୟ ୮୦କିମି ବୁଲିବାକୁ ଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି। ସୁରକ୍ଷା ଦୃଷ୍ଟିକୁ ଆଜି ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଛି । ପରେ ବାରିପଦା ଗେଷ୍ଟ ହାଉସରେ ରାତ୍ରି ରହଣୀ କରିବେ। ଶିମିଳିପାଳ ଯିବା ପୂର୍ବରୁ ରାଇରଙ୍ଗପୁରସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଯିବେ ମହାମହିମ। ଦର୍ଶନ ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥାନ ଦାଣ୍ଡବୋଷ ଯାଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜନ୍ମ ଶତବାର୍ଷିକୀରେ ଯୋଗଦେବେ। ପରେ ଶିମିଳିପାଳ ଅଭିମୁଖେ ଗସ୍ତ କରିବେ ।

ନିଜ ଘରେ ରହିଥିଲେ ରାଷ୍ଟ୍ରପତି। ସ୍ଥାନୀୟ ଅଂଚଳବାସୀଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମ ପରେ ରାଇରଙ୍ଗପୁରର ମହୁଲଡିହାସ୍ଥିତ ନିଜ ବାସଭବନ ଠାରେ ରାତ୍ରି ରହଣି କରି ବିଶ୍ରାମ ନେଇଥିଲେ। ରାଷ୍ଟ୍ରପତି ହେବା ପରେ ନିଜ ଘରେ ରାତ୍ରି ରହଣି କରିଥିବା ବେଳେ ଆତ୍ମୀୟସ୍ୱଜନଙ୍କ ସହିତ ଆଲୋଚନା କରିଥିଲେ । ଆସନ୍ତାକାଲି ତକତପୁର ସ୍ଥିତ ମହାରାଜା ଶ୍ରୀରାମ ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେବେ। ମଧ୍ୟାହ୍ନ ୧୨ଟା ୨୫ରେ ବାରିପଦା ହେଲିପ୍ୟାଡରୁ କଲାଇକୁଣ୍ଡା ବିମାନବନ୍ଦର ଯାଇ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ତିନିଦିନିଆ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Spread the love