୨୩ ଓ ୨୪ ଓଡ଼ିଶାରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୩ ଓ ୨୪ ଦୁଇ ଦିନ ଧରି ଓଡ଼ିଶାରେ ରହିବେ । କାର୍ଯ୍ୟସୂଚୀ ଅନୁଯାୟୀ, ୨୩ରେ ରାଷ୍ଟ୍ରପତି ନିଜ ଗାଁ ରାଇରଙ୍ଗପୁର ଆସିବେ । ସେଠାରେ ନିଜ ଘରେ ରାତ୍ରୀଯାପନ କରିବେ । ୨୪ ତାରିଖରେ ମୟୂରଭଞ୍ଜ ଏୟାରପୋର୍ଟରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବେ ।
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତ୍ରୀ ଉତ୍ସବରେ ମୁଖ୍ୟ ଅତିତି ଭାବେ ଯୋଗଦେବ । ସେଠାରୁ ରାଜଭବନ ଯାଇ ବି,ସ୍ରାମ ନେବ ପରେ ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ । ଅପରାହ୍ଣ ୪ଟା ୨୫ରେ ଓୟୁଏଟି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପରେ ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେସ୍କର ଶୁଭାରମ୍ଭ କରିବେ । ପରେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।