ପୁରୀ ଆସୁଛନ୍ତି ରାଷ୍ଟ୍ରପତି: ଶ୍ରୀମନ୍ଦିର ଓ କୋଣାର୍କରେ ସୁରକ୍ଷା କଡ଼ାକଡ଼ି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ପୁରୀ ଗସ୍ତରେ ଆସୁଛନ୍ତି। ଏହି ଉପଲକ୍ଷେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର, ବଡ଼ଦାଣ୍ଡ, କୋଣାର୍କ ସୂର୍ଯ୍ୟମନ୍ଦିର, ତୈଳ ନିଗମ ବ୍ୟାଖ୍ୟାନ କେନ୍ଦ୍ର ସହ ହେଲିପ୍ୟାଡ୍‌ ଉପରେ କଡ଼ା ନଜର ରଖାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ରବିବାର ସଂଧ୍ୟାରୁ ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡର ମେଡିକାଲ୍‌ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଛି। ମେଡିକାଲ୍‌ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ପ୍ରମୁଖ ପ୍ରବେଶ ପଥକୁ ମଧ୍ୟ ସିଲ୍‌ କରି ଦିଆଯାଇଛି।

 

ଗସ୍ତସୂଚୀ ଅନୁଯାୟୀ, ରାଷ୍ଟ୍ରପତି ସୋମବାର ହେଲିକପ୍ଟରରେ ଭୁବନେଶ୍ବର ବିମାନବ%

Spread the love