ଓଡ଼ିଶା ରାଜଭବନରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତି ଦୌର୍ପଦୀ ମୁର୍ମୁ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶାର ରାଜଭବନ ପରିସରରେ ‘ଅତୁଟ ବନ୍ଧନ’ ଅନୁଷ୍ଠାନର କର୍ମକର୍ତ୍ତା ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି ସେମାନଙ୍କ ସହ କଥା ହେବା ସହ ସମାନଙ୍କୁ ପ୍ରେରଣା ଯୋଗାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ‘ଅତୁଟ ବନ୍ଧନ’ର ୱେବ୍‌ସାଇଟକୁ ଶୁଭାରମ୍ଭ କରିବା ସହ ସେଇ ଅନୁଷ୍ଠାନର କର୍ମକର୍ତ୍ତା, ପ୍ରତିଷ୍ଠାତା ଓ ସେଇ ପରିବାରର ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍

ସୂଚନାଯୋଗ୍ୟ, ‘ଅତୁଟ ବନ୍ଧନ’ ଯେଉଁ ଛାତ୍ରଛାତ୍ରୀମାନେ ଟଙ୍କା ଅଭାବରୁ ମେଡିକାଲ୍ ପାଠ ପଢ଼ି ପାରୁନଥିଲେ ସେମାନଙ୍କୁ ସାହଯ୍ୟର ହାତ ବଢ଼େଇ ସେମାନଙ୍କ ପାଠ ପଢ଼ିବାର ଦାୟିତ୍ବ ବହନ କରିଛି। ବର୍ତ୍ତମାନ ଏଇ ଅନୁଷ୍ଠାନ ଦ୍ବାରା ୫୨ ଜଣ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢି ଡ଼ାକ୍ତର ହେବାର ସ୍ବପ୍ନକୁ ସାକାର କରିଛନ୍ତି। ଏହିଭଳି ଗରିବ ପିଲାଙ୍କୁ ସାହାଯ୍ୟ କରିଥିବା ଅନୁଷ୍ଠାନକୁ ରାଷ୍ଟ୍ରପତି ଭୂୟସୀ ପ୍ରସଂଶା କରିବା ସହ ଆଗକୁ ଅନେକ ପିଲାଙ୍କ ସ୍ବପ୍ନ କିପରି ପୁରଣ କରିହେବ ସେନେଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଉତ୍ସାହିତ କହିଛନ୍ତି। ଆଜି ଓଡିଶା ଆସିବାର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ଆଗାମୀ ଜୀବନ କିପରି ଉଜ୍ଜଳମୟ ହେବ ତାହା ମଧ୍ୟ କାମନା କରିଛନ୍ତି। ରାଷ୍ଟ୍ରପତିଙ୍କୁ ପାଖରେ ପାଇ ଓ ତାଙ୍କ ପ୍ରେରଣା ପାଇ ସମସ୍ତ ଛାତ୍ରଛାତ୍ରୀ ଖୁସି ଅଛନ୍ତି।

Spread the love