ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ରାଷ୍ଟ୍ରପତି

 ବାତ୍ୟା ଅମ୍ପନକୁ ନେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ।   ଘୂର୍ଣ୍ଣିଝଡ ଅମ୍ଫନ ଯୋଗୁ ହୋଇଥିବା କ୍ଷୟକ୍ଷତି ପରିପ୍ରେକ୍ଷୀରେ ଲୋକମାନଙ୍କ ସୁରକ୍ଷା ବିଷୟରେ ମୋର ଚିନ୍ତା ପ୍ରକଟ  କରିଥିଲେ।

ସେ କହିଛନ୍ତି, ଏହି ସଙ୍କଟ କାଳରେ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ଲାଗି ଦେଶ ଏକାଠି ହୋଇଛି । ମୁଁ ପ୍ରାର୍ଥନା କରୁଛି ଓ ମୋର ବିଶ୍ୱାସ ରହିଛି ଯେ, ଏହି ଅଞ୍ଚଳ ବିପତ୍ତିରୁ ଖୁବଶୀଘ୍ର ଦୃଢତାର ସହିତ ମୁକୁଳିବ ।

Spread the love