ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଧର୍ମପତ୍ନୀଙ୍କ ସହ ରାମନାଥ କୋବିନ୍ଦ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ରାଷ୍ଟ୍ରପତି ପହଞ୍ଚିବା ପରେ ପ୍ରଥମେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

ପରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ମଧ୍ୟ ରାଷ୍ଟ୍ରପତିଙ୍କ ୁ ସ୍ୱାଗତ କରିଥିଲେ ।  ଡଜିପି ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ୱାଗତ ଜଣାଇଥିଲେ । ଏହାସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପରେ ସ୍ୱତନ୍ତ୍ର ଗାଡ଼ିରେ ରାଜଭବନ ଅଭିମୁଖେ ଯାତ୍ରା କଲେ ରାଷ୍ଟ୍ରପତି ।

Spread the love