ଜିଲ୍ଲା ଯୁବ କନ୍ଧ ସମାଜର କୋର୍ଟ ଘେରାଉ କରି ଗିରଫ ହେବା ପ୍ରସଙ୍ଗ ,ଉତ୍କଳ କନ୍ଧ ସମାଜ ସାମ୍ବାଦିକ ସମ୍ମିଳନୀ, 3ଜଣ ଙ୍କୁ ଜାତିରୁ ବାସନ୍ଦ

ସଇଁନ୍ତଲା, ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରୀପାଲି ଓ ତେଣ୍ଡିପାଲି ରେ ଆଦିତ୍ୟ ବିର୍ଲା ନାମକ ଏକ ଘୋରୋଇ କମ୍ପାନୀ ସୌର ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ଜିଲ୍ଲା ଯୁବ କନ୍ଧ ସମାଜ ଏହାକୁ ବିରୋଧ କରି ଆସୁଥିଲା ହେଲେ ପୋଲିସ କୁ ମାରଣାସ୍ତ୍ର ଓ ପ୍ରକଳ୍ପ ନିର୍ମାଣ ହେଇଥିବା ସ୍ଥାନରେ ଅସାମାଜିକ କାର୍ଯ୍ୟକଲାପ କରୁଥିବା ନେଇ ଯୁବ କନ୍ଧ ସମାଜର ଜଣେ କାର୍ଯ୍ୟକର୍ତ୍ତା କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏହାର ପ୍ରତିବାଦ ରେ ଯୁବ କନ୍ଧ ସମାଜ ସଇଁନ୍ତଲା କୋର୍ଟ ସମ୍ଭୁଖରେ ଧାରଣା ଦେଇଥିଲା ପରେ ଆନ୍ଦୋଳନ କାରୀ ମାନେ କୋର୍ଟ ସମ୍ମୁଖରେ ଉତେଜନା ଦେଖାଦେଇଥିଲା କନ୍ଧ ସମାଜର କର୍ମକର୍ତ୍ତା ପୋଲିସ କର୍ମୀ, ଆଇନଜୀବୀ ଓ କିଛି ଗଣମାଧ୍ୟମ ପ୍ରତିନିଧି ଉପେରେ ଆକ୍ରମଣ କରିବା ପାଇଁ ପ୍ରୟାସ କରି କୋର୍ଟ ଭିତର କୁ ଜୋରଜବରଦସ୍ତି ପଶି ଆସିଥିଲେ ଫଳରେ 15 ଜଣକୁ ଗିରଫ କରିଥିଲା।ଏହାକୁ ନେଇ ଆଜି ସଇଁନ୍ତଲା ବିବେକାନନ୍ଦ ପାଠାଗାର ପରିସରରେ ଜିଲ୍ଲା ଉତ୍କଳ କନ୍ଧ ସମାଜ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଥିଲା। ସାମ୍ବାଦିକ ସମ୍ମିଳନୀ ରେ ଉତ୍କଳ କନ୍ଧ ସମାଜ କେନ୍ଦ୍ର କମିଟି ସଭାପତି ଚିନ୍ତାମଣି ଭୋଇ ଆନ୍ଦୋଳନ କରୁଥିବା ଲୋକ ମାନେ କୌଣସି ପ୍ରକାରରେ ଆଦିବାସୀ ନୁହନ୍ତି ଓ ନିରିହ ଓ ସରଳ ଆଦିବାସୀ କୁ ଖରାବ ଦିଗ ରେ ନେବା ପାଇଁ ଏଭଳି ସଂଗଠନ ତିଆରି କରିବା ସହ ବିଭିନ୍ନ ଆଦିବାସୀ ପରିବାର କୁ ଯାଇ ଟଙ୍କା ଆଦାୟ କରୁଛନ୍ତି ଓ ସରକାରି କାର୍ଯ୍ୟ କୁ ସବୁ ବେଳେ ବାଧା ଦେଉଛନ୍ତି ବୋଲି କହିବା ସହ ଘଟଣା କୁ ତୀବ୍ର ନିନ୍ଦା କରୁଛନ୍ତି ଓ ଦୋଷୀ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠନ ଦାବୀ କରିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା ଯୁବ କନ୍ଧ ସମାଜର କର୍ମକର୍ତ୍ତା ଖୁସିରାମ ଜାନୀ, ଧନେଶ୍ଵର ମାଝୀ ଓ ସୁରେଶ ଭୋଇ ଙ୍କ ସମେତ ବଙ୍ଗୋମୁଣ୍ଡା ବ୍ଲକ ର ୬ଜଣ ଆଦିବାସୀ କୁ ତାଙ୍କ ଅସାମାଜିକ କାର୍ଯ୍ୟକଲାପ ଯୋଗୁଁ ଯାତିରୁ ବାସନ୍ଦ କରିଥିବା ସହ ସୁରେଶ ଭୋଇ, ଖୁସି ରାମ ଜାନୀ ଓ ଧନେଶ୍ଵର ମାଝଙ୍କ ବିରୋଧ ରେ ଓ ବିନା ପଞ୍ଜୀକୃତ ଥିବା ଜିଲ୍ଲା ଯୁବ କନ୍ଧ ସମାଜ ବିରୋଧରେ ଗତ ଅକ୍ଟୋବର ୧୯ ତାରିଖ ରେ ଟିଟିଲାଗଡ ଉପଜିଲ୍ଲାପାଳ ଙ୍କଜରିଆରେ ବଲାଙ୍ଗୀର ଏସପିକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି।

ତେବେ ସାମ୍ବାଦିକ ସମ୍ମିଳନୀ ରେ କେନ୍ଦ୍ର କମିଟି ସଂପାଦକ ତଥା ଆଇନ ଯିବି ପ୍ରଦିପ ମାଝୀ କୋର୍ଟ କୁ ଆନ୍ଦୋଳନ କାରୀ ମାନେ ଅସ୍ତ୍ର ଶସ୍ତ୍ର ଓ ଠେଙ୍ଗା ବାଡି ଧରୀ ପଶି ଆସି କୋର୍ଟ ପରିସରରେ ଆତଙ୍କ ଖେଳାଇବା କୁ ନେଇ ତୀବ୍ର ନିନ୍ଦା କରିବା ସହ ସେମାନେ କୌଣସି ପ୍ରକାରରେ ଆଦିବାସୀ ନୁହଁନ୍ତି ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀ ରେ ବିରଞ୍ଚି ଭୋଇ, ପ୍ରେମାନନ୍ଦ ଭୋଇ,ସୋନ୍ତୋଷିନି ଭୋଇ, ବହ୍ଲବି ଭୋଇ, ସାଧୁରାମ ମାଝୀ, କୁମଦିନି ଭୋଇ, ବିନୋଦିନୀ ଭୋଇ, ଦୁଃଖମଣୀ ଭୋଇ, ଲେକୃଷିଂ ମାଝୀ, ସଂପଦ ଭୋଇ, ଭୋଜରାଜ ମାଝୀ, ତିର୍କି ଚନ୍ଦ୍ର ଭୋଇ, ରୋହିତ ଜାନୀ, ଡମ୍ବରୁ ଭୋଇ, ଗୌତମ ମାଝୀ, ରମାକାନ୍ତ ମାଝୀ, ସାବିତ୍ରୀ ଭୋଇ ଓ ପଦ୍ମିନୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love