ଯୌନ କେଳେଙ୍କାରୀରେ ସଂପୃକ୍ତ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଉ: ଡ. ଲେଖାଶ୍ରୀ

ଭୁବନେଶ୍ୱର, ତା.୧୪/୦୪: ବିଜୁ ଜନତା ଦଳ ଅପରାଧୀ ଓ ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିମାନଙ୍କ ଦଳ । ସମାଜର ଯେତେ ଅସାମାଜିକ, ଅପରାଧୀ ବ୍ୟକ୍ତି ଯେମିତି ଖୋଜି ଖୋଜି ବିଜେଡିରେ ସାମିଲ ଅଛନ୍ତି । ଲମ୍ବାସମୟ ଧରି ବିଜେଡି ଶାସନ କରିବା ପରେ ତାଙ୍କର ଉପଲବ୍ôଧ ହେଉଛି “ଆଇନକୁ ଫୁ” କରି ଅପରାଧ ଘଟାଇବା । ଗତକାଲିର ଯେଉଁଖବର ଆଜି ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିଛି ତାହା ଓଡ଼ିଶାର ମହିଳାମାନଙ୍କୁ ଆଘାତ ପଂହଚାଇଛି । ବିଜେଡି ଦଳରେ ୨୦ବର୍ଷ ଧରି କାର୍ଯ୍ୟକରିଥିବା ଜଣେ ନେତ୍ରୀ ସଂଯୁକ୍ତା ମହଲ ରାଜ୍ୟ ସରକାରଙ୍କ ଶ୍ରମମନ୍ତ୍ରୀ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଯୌନ କେଳେଙ୍କାରୀର ଅଭିଯୋଗ ଆଣିଛନ୍ତି । ସଂଯୁକ୍ତା ମହଲ ଗତକାଲି ଦିନ ୧୦ଟା ରୁ ରାତି ୧୨ପର୍ଯ୍ୟନ୍ତ ଭୁବନେଶ୍ୱର ମହିଳାଥାନାରେ ମାମଲା ରୁଜୁ କରିବା ପାଇଁ ଉପସ୍ଥିତ ଥିଲେ । ଏହାପରେ ସଂଯୁକ୍ତାଙ୍କ ଡାକରୀ ମାଇନା ହୋଇଥିଲା ଯାହା ପ୍ରମାଣିତ କରୁଛି ସେ ଶାରୀରିକ ଶୋଷଣର ଶିକାର ହୋଇଛନ୍ତି । କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ଏଯାଏଁ ପୋଲିସ ଘଟଣା ଉପରେ କିଛି ସ୍ପଷ୍ଟତା ଆଣିନାହିଁ କି ଏଫଆଇଆରକୁ ଭିତିକରି ମନ୍ତ୍ରୀକୁ ପଚରା ଉଚରା କରିନାହିଁ । ବିଜେଡିର ମନ୍ତ୍ରୀ ବୋଲି ସେ କ’ଣ ଆଇନରୁ ଊର୍ଦ୍ଧ୍ୱରେ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ଅତୀତରେ ବିଜେଡି ତାଙ୍କର କଳଙ୍କିତ ନେତା, ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଛନ୍ତି ତାହା ଓଡିଶାବାସୀ ଭଲଭାବେ ଅବଗତ । ମମିତା ମେହେର ହତ୍ୟା କାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତଥିଲେ ବି ତାଙ୍କୁ ପଚାରିବା ପାଇଁ ଡକାଗଲା ନାହିଁ । ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଥିବା ତିର୍ତୋଲର ବିଧାୟକ ବିଜୟଶଙ୍କର ଦାସଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଥିଲେବି ଏଯାଏଁ ପୋଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ଏଥିରୁ ସ୍ପଷ୍ଟ ଯେ, ପୋଲିସ କ’ଣ ବିଜେଡିର ନେତାମାନଙ୍କୁ ଡରୁଛି ନା ପୋଲିସ ନିଜର ସାମ୍ବିଧାନିକ ଦାୟିତ୍ୱ ଭୁଲିକି ଗୋଟିଏ ରାଜନୈତିକ ଦଳର ଚାଟୁକାରିତା କରିବାକୁ ସୀମିତ ରହିଛି । ବିଜୁ ଜନତା ଦଳ ଏବେ ପ୍ରବଳ ଚାପ ପକାଉଛି ପୋଲିସ ଉପରେ ଏଫଆଇଆରକୁ ଚାପି ଦେବାକୁ । ଏନେଇ ମଧ୍ୟ ଗତକାଲି ବିଜେଡିର ବହୁ ଟାଣୁଆ ନେତା ଓ ନେତ୍ରୀମାନେ ଥାନାରେ ଉପସ୍ଥିତ ଥିଲେ ସଂଯୁକ୍ତାକୁ ବୁଝାଇ ମାମଲାକୁ ରଫାଦଫା କରିବାକୁ । ଏଘଟଣା ପାଇଁ ସଂଯୁକ୍ତାକୁ ଟଙ୍କା ନେବାକୁ ବାଧ୍ୟ ମଧ୍ୟ କରାଯାଇଛି । ସବୁ ପ୍ରମାଣ ରହିବି ଘଟଣାକୁ ୨୪ଘଂଟା ବିତିଯାଇଥିଲେ ମଧ୍ୟ ପୋଲିସ ଗୋଟିଏ ବି ଟିପ୍ପଣୀ ଦେଇନଥିବା ଡ.ଲେଖାଶ୍ରୀ କହିଛନ୍ତି ।
ଯଦି ନିଜ ଦଳର ୨୦ବର୍ଷର କର୍ମୀ ଓ ନେତ୍ରୀକୁ ବିଜେଡି ନ୍ୟାୟ ଦେଇପାରୁନି ତାହାଲେ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ କ’ଣ ନ୍ୟାୟ ଦେବ । ବିଜେଡିର ମହିଳା ଜଣକ ଗୋଟିଏ ମାମଲା ରୁଜୁ କରିବା ପାଇଁ ୧୨ଘଂଟା ଥାନାରେ ବସିଲେ ଏହି ଚିତ୍ର ପରେ ଓଡ଼ିଶାର ୨କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କ ଅବସ୍ଥା କଣ ହେଉଥିବା ତାହା ସ୍ପଷ୍ଟ ଜଣାପଡୁଛି । ମହିଳାଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହିତ ପୋଲିସ ଶ୍ରୀକାନ୍ତ ସାହୁଙ୍କୁ ଗିରଫ କରୁବୋଲି ଡ.ଲେଖାଶ୍ରୀ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଓବିସିମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love