ଉଚ୍ଚ ରକ୍ତଚାପ ଅନ୍ୟ ରୋଗର କାରଣ ହୋଇପାରେ

ଉଚ୍ଚ ରକ୍ତଚାପ ପରି ସମସ୍ୟା ଥିଲେ ତାହା ଟାଇପ-୨ ଡାଇବେଟିସ୍‌ର କାରଣ ସାଜିପାରେ। ଏପରି ସତର୍କ ସୂଚନା ଦେଇଛନ୍ତି ଇଂଲଣ୍ଡର ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ। ରକ୍ତଚାପ ପରି ସମସ୍ୟାର ସମ୍ମୁଖୀନ ହୋଇଥିବା କେତେକ ବ୍ୟକ୍ତିଙ୍କର ଶାରୀରିକ ସମସ୍ୟା ବିଷୟରେ ତର୍ଜମା କରାଯାଇଥିଲା। ଏହି ସମୟରେ ଉଚ୍ଚ ରକ୍ତଚାପ ସହ ଜଡିତ ଅଧିକାଂଶ ବ୍ୟକ୍ତିମାନଙ୍କଠାରେ ଟାଇପ-୨ ଡାଇବେଟିସ୍‌ର ଲକ୍ଷଣ ଦେଖିବାକୁ ମିଳିଥିଲା।କେବଳ ସେତିକି ନୁହେଁ, ଟ୍ୟୁମର ଥିବା କେତେକ ବ୍ୟକ୍ତିଙ୍କ ଏପରି ଡାଇବେଟିସ୍‌ର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ଏହି ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭରୁ ଜଣାପଡିଛି ଯେ, ଟ୍ୟୁମର ଥିବା ପ୍ରାୟ ଦଶ ପ୍ରତିଶତ ବ୍ୟକ୍ତିଙ୍କଠାରେ ଟାଇପ-୨ ଡାଇବେଟିସ୍‌ର ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Spread the love